Img 20251208 wa0112

ରାଜ କମଲ ହେପି କିଡ଼ସ ସେଣ୍ଟରର ବାର୍ଷିକ ଉତ୍ସବ 

ରାଜ୍ୟ
ବାରିପଦା :ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଭଂଜପୁର ସ୍ଥିତ ରାଜ କମଲ ହେପି କିଡ଼ସ ସେଣ୍ଟରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟଜିତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ସମ୍ମାନୀୟା ଅତିଥି ଭାବେ ୧ନଂ ୱାର୍ଡ କାଉନସିଲର ସୁକେଶିନୀ ସେଠୀ, ସମ୍ମାନିତ ଅତିଥି ଭାବେ ପାୱେଲ ସ୍କୁଲର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ଭୁଜବଳ, ସମାଜସେବୀ ଅମର କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିବା ସହ କୁନିକୁନି ଶିଶୁ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ଅନୁଷ୍ଠାନର ପ୍ରତିଷ୍ଠାତା ରତ୍ନେଶ କୁମାର ଶର୍ମା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସୋମନାଥ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଆର କେ ରତ୍ନା ଆଳୁ ଚାମୁଚ ଦୌଡରେ, ସାଇ ମୋହିତ କୁଁଅର ବକେଟ ବଲ ଓ ମେମୋରୀ ଟେଷ୍ଟ ରେ, ତନବୀର ଦାସ ରାଇମ୍ସ ଓ ଦୌଡ (ଜୁନିୟର) ରେ, ଚେତନଦୀପ ସାହୁ ଦୌଡରେ, ସାଇ ପଲ୍ଲଭି ମାଝୀ କୋୖତକ ପୋଷାକରେ, ଜୟା ହସିନୀ ମହାନ୍ତି ମ୍ୟୁଜିକ ଚେୟାର ରେ, ତପସ୍ୱିନୀ ମିଶ୍ର ମ୍ୟୁଜିକ ଚେୟାର (ଜୁନିୟର) ରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I ତତସହିତ ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା କୁନି ପ୍ରତିଭା ମାନଙ୍କ ସହିତ ଅନ୍ୟ ସମସ୍ତ ପ୍ରତିଯୋଗୀ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା I ଏହି ଅବସରରେ ଜେଜେ ବାପା ନନ୍ଦଲାଲ ମିଶ୍ର ଓ ଜେଜେ ମା ଶ୍ରୀମତୀ ମିଶ୍ର ଏବଂ ହରେନ୍ଦ୍ର ଦାସ ଓ ଶ୍ରୀମତୀ ଦାସଙ୍କୁ କାଉନସିଲର ଶ୍ରୀମତୀ ସେଠୀ ଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା I ଅନୁଷ୍ଠାନର ଶିକ୍ଷୟତ୍ରୀ ତପସ୍ୱିନୀ ପଟ୍ଟନାୟକ ଓ ଅନୁପମା ବେହେରା ଉତ୍କୃଷ୍ଟ ଶିକ୍ଷାଦାନ ତଥା ସେବିକା ସାବିତ୍ରୀ ସିଂ ଓ ସଂଯୁକ୍ତା ସିଂ ଙ୍କୁ ଶିଶୁ ମାନଙ୍କର ଉପଯୁକ୍ତ ଯତ୍ନ ପାଇଁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I ଅମ୍ବିକା ପ୍ରସାଦ ମହାନ୍ତି, ନାରାୟଣ ପ୍ରସାଦ ମଣ୍ଡଳ ଓ ଦିନେଶ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
Shrutilipi ad