- ରାଇରଙ୍ଗପୁର ମହାବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ
ବାରିପଦା: ରାଇରଙ୍ଗପୁର ମହାବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯାଇଛି । ମହାବିଦ୍ୟାଳୟରେ ପାଠପଢ଼ା ଯାଉନାହିଁ ବୋଲି ଛାତ୍ରଛାତ୍ରୀମାନେ ଦୋଷ ଲଦୁଛନ୍ତି ଅଧ୍ଯାପକ ଏବଂ ଅଧ୍ୟାପିକାମାନଙ୍କ ଉପରେ । ଅଧ୍ୟାପକ ଏବଂ ଅଧ୍ଯାପିକାମାନେ ନିଜ ମଧ୍ୟରେ ଗ୍ରୁପିଜମ କରୁଛନ୍ତି ।କଲେଜର ଆଲୁମୁନି ନିଷ୍କ୍ରିୟ ତଥା ସ୍ଥାଣୁ ପାଲଟିଛି ।ପ୍ରିନସିପାଲ ଙ୍କ ଅଙ୍କୁଶ ନାହିଁ ଅଧ୍ୟାପକ ,ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନଙ୍କ ଉପରେ । ମହାଵିଦ୍ଯାଳୟରରେ କୋଟି କୋଟି ଟଙ୍କାର କାମ ଚାଲୁଛି ।ସେଠାରେ ସମସ୍ତଙ୍କର ଲାଳ ବହୁଛି ।ଗ୍ରୁପୁଜିମରେ ମାତିଛନ୍ତି କଲେଜର ଶିକ୍ଷାପ୍ରଶାସକମାନେ ।ବିଦ୍ୟାର୍ଥୀମାନଙ୍କ ପାଠପଢ଼ା ବ୍ୟାଘାତ ସୃଷ୍ଟି ହୋଇଛି ।ଶ୍ରେଣୀରେ ପାଠପଢ଼ା ନ ହେଉଥିବା ଗୁରୁତର ଅଭିଯୋଗ କରୁଛନ୍ତି ବିଦ୍ଯାର୍ଥୀମାନେ ।ଯୁକ୍ତ ୩ ରେଅଧ୍ଯାପକ ଏବଂ ଅଧ୍ୟାପିକାଙ୍କ ଅଭାବ ।+୨ ର ଅଧ୍ୟାପକ,ଅଧ୍ୟାପିକା, ଏବଂ ଅତିଥି ଅଧ୍ୟାପକ ଏଵଂ ଅଧ୍ଯାପିକାମାନେ ଯୁକ୍ତ ୩ ତଥା ଡିଗ୍ରୀ କଲେଜରେ ପାଠ ପଢ଼ାଉଛନ୍ତି ।କଲେଜ କର୍ତୃପକ୍ଷ ନିଜ ନିଜର ଅନୁଗତ ମାନଙ୍କୁ ଅତିଥି ଅଧ୍ୟାପକ,ଅଧ୍ଯାପିକା ଏବଂଠିକା କର୍ମଚାରୀ ରେ ରଖିଛନ୍ତି ।
ଇତିମଧ୍ୟରେ ୪/୧୨/୨୦୨୫ ରେ ଯୁକ୍ତ ୩ ର ପ୍ରଥମ ବାର୍ଷିକ କଳା,ବିଜ୍ଞାନ ଏବଂ ବାଣିଜ୍ୟର ପରୀକ୍ଷା ଫଳ ବାହାରିଛି ।ଶତକଡା ୭୦ ଭାଗ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛନ୍ତି ।ପରୀକ୍ଷାଫଳ ଶୁଣି ଛାତ୍ରଛାତ୍ରୀମାନେ ଉତେଜିତ ହୋଇ ଆଜି ରାଇରଙ୍ଗପୁର ମହାବିଦ୍ୟାଳୟ ସମ୍ମୁଖରେ ତାଲା ପକାଇ ଅପାରଗ କଲେଜ ପ୍ରଶାସନ ବିରୋଧରେ ନାରା ଦେବା ସହ ଫାଟକରେ ତାଲାମାରିବା ସହ ଟାୟାର ଜାଳି ଅବରୋଧ କରିଥିଲେ ।ଲାଇବ୍ରେରୀ ରେ ନୂତନ ଶିକ୍ଷାବର୍ଷରୁ ପୁସ୍ତକ ଏବଂ ପାଠ୍ୟ ଖସଡ଼ା ମିଳୁନାହଁ । ତେଣୁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ ପରୀକ୍ଷାଫଳ ପୁନଃମୂଲ୍ଯାଙ୍କନ ହେଉ ଏବଂ ଛାତ୍ରଛାତ୍ରୀମାନଙ୍କୁ ୪୦ ନମ୍ବର ଵର୍ଦ୍ଧିତ ଦିଆଯାଉ ବୋଲି ଦାବିକରି ଧାରଣାରେ ବସିଥିଲେ ।ଏହାକୁ ନେଇ ଛାତ୍ରଛାତ୍ରୀମାନେ ଅଧ୍ଯକ୍ଷକଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ କି ସେମାନେ ପୁନଃ ପରୀକ୍ଷା ଦେୟ ଦେବେ ନାହିଁ ଏବଂ ସେମାନଙ୍କ ପରୀକ୍ଷା ଖାତା ପୁନଃ ମୂଲ୍ୟାଙ୍କନ କରାଯାଇ ଶତକଡା ୪୦ ରୁ ଉର୍ଦ୍ଧ୍ବ ମାର୍କ ଦେବାପାଇଁ ଅନୁରୋଧ କରିଛନ୍ତି l ଏହି ଆନ୍ଦୋଳନରେ କ୍ରିଷ୍ଣାପ୍ରିୟା,ପୂଜା ଟୁଡୁ ,ରାଜଶ୍ରୀ ମଲ୍ଲିକ,ମୁଫତି ନନ୍ଦ ପ୍ରିୟାଂଶା ଦେ,ପ୍ରିୟତମା ପାତ୍ର,ଅନିତା ମୁଣ୍ଡା,ତପସ୍ଵିନୀ ପାତ୍ର,ଶିବାନୀ କିସ୍କୁ, ସୁମିତ୍ରା ବାସ୍କେ,ଆଶିଷ ପାତ୍ରଙ୍କ ସମେତ ବହୁ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ l

