Img 20251204 wa0177

ସଦ୍‌ଭାବନା ସମିତିର ମାସିକ ସନ୍ଥ ଦିବସ ପାଳିତ

ରାଜ୍ୟ
ବାରିପଦା: ଭଗବାନ ସବୁ କାମ ନିଜେ କରନ୍ତିନି । କିଛି କାମ ତାଙ୍କ ପ୍ରିୟଜନଙ୍କ ଦ୍ୱାରା କରାଇ ନିଅନ୍ତି । ପ୍ରଶ୍ନ ଆସେ ତାଙ୍କ ପ୍ରିୟଜନଙ୍କ ଭିତରେ ମୁଁ ଗଣା କି ନୁହେଁ । ପ୍ରକୃତରେ ମୁଁ ଆଇରନ୍ ମେନ୍ ନା ସାଇରନ୍ ମେନ୍ ପ୍ରଶ୍ନ ଉପରେ ସଦ୍‌ଭାବନା ସମିତିର ୫୮୮ତମ ମାସିକ ସନ୍ଥ ଦିବସ ସ୍ଥାନୀୟ ଗୋପବନ୍ଧୁ ଭବନ ଠାରେ ସଦସ୍ୟ ସନ୍ଦୀପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ପବିତ୍ର ପୂର୍ଣ୍ଣମୀ ତିଥିରେ ପାଳିତ ହୋଇଯାଇଛି । ଏ ମାସରେ ଆବିର୍ଭାବ ସନ୍ଥଗଣ ଯୀଶୁ, ଭକ୍ତ ମୀରାବାଇ, ମହାବୀର ଜୈନଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଆଲୋଚନାରେ ସମିତିର ପ୍ରତିଷ୍ଠାତା ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଆଭିମୁଖ୍ୟ ରଖିଥିଲେ । ମୁଖ୍ୟ ଅତିଥି ଡ. ବିଜୟ ଅଗ୍ରଓ୍ବାଲା, ସମ୍ମାନୀତ ଅତିଥି ଭାବେ, ଡ ଝରଣା ବେହେରା, ସମ୍ମାନୀତ ବକ୍ତା ଭାବେ ସାମ୍ବାଦିକ ଦୀପକ କୁମାର ନାୟକ, ଡ କୁଞ୍ଚବନ ପୃଷ୍ଟି, ଡ ଯୋଗେନ୍ଦ୍ର ନାଥ ପଣ୍ଡା, ଅଶୋକ କୁମାର ପଲେଇ, ଶଙ୍କର ଜେନା, କୈବଲ୍ୟ ପ୍ରସାଦ ମହାପାତ୍ର, ଭାଗୀରଥ ନନ୍ଦ, ସୁଶ୍ରୀ ଭାସ୍ବତୀ ବାରିକ, ରଘୁନାଥ ପଣ୍ଡା, ସାମ୍ବାଦିକ ସତ୍ୟାନନ୍ଦ ଶେଜପଡା ଓ ପଦ୍ମନାଭ ସାହୁ ଆଲୋଚନାରେ ଭାଗ ନେଇଥିଲେ । ସମିତିର ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଦସ୍ୟ ମନୋଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
Shrutilipi ad