ବନ୍ତ/ଆଗରପଡ଼ା:କୁନି କ୍ରୀଡ଼ାବିତ୍ ସାକ୍ୟ ପ୍ରତୀକ ବେହେରାଙ୍କୁ ମିଳିଛି ମହତାବ ସମ୍ମାନ-୨୦୨୫ ।ସ୍ଥାନୀୟ ହେମପଦ୍ମ ଗାଲାକ୍ସିରେ ଆୟୋଜିତ ଜିଲ୍ଲାସ୍ତରୀୟ ମହତାବ ଜୟନ୍ତି ଉତ୍ସବରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଡାକ୍ତର ଦାମୋଦର ପଣ୍ଡା, ଆଡ଼ଭୋକେଟ ମନୋଜ ରାୟ ପ୍ରମୁଖ ଯୋଗଦେଇ ସାକ୍ୟ ପ୍ରତୀକଙ୍କୁ ଅର୍ଥରାଶି, ମାନପତ୍ର ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଆଗରପଡ଼ାସ୍ଥିତ ଟିକିରା ଗ୍ରାମବାସୀ ସାମ୍ବାଦିକ ମନୋଜ ବେହେରା ଓ ସ୍ୱପ୍ନା ସୋନାଲିକାଙ୍କ ବଡ଼ ପୁଅ ସାକ୍ୟ ପ୍ରତୀକ ସ୍ଥାନୀୟ କୃଷ୍ଣଚରଣ ବିଦ୍ୟାମନ୍ଦିରରେ ଅଧ୍ଯୟନରତ । ପାଠ ସହ ଶାଠ ଅର୍ଥାତ କ୍ରୀଡ଼ା କ୍ଷେତ୍ରରେ ବିଭିନ୍ନ ପାରଙ୍ଗମତା ପ୍ରଦର୍ଶନ କରି ଅନେକ ପ୍ରଶଂସା ସାଉଁଟିଛନ୍ତି । ନବରଙ୍ଗପୁର ସ୍ଥିତ ଉମରକୋଟରେ ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ସେ ଉପବିଜେତା ହୋଇଥିଲେ । ବ୍ୟାଡ଼ମିଣ୍ଟନ ତାଙ୍କର ପ୍ରିୟ କ୍ରୀଡ଼ା ହୋଇଥିଲେ ସୁଦ୍ଧା ଅନ୍ୟ କ୍ରୀଡ଼ା ପ୍ରଦର୍ଶନ କରିବାରେ ସେ ସିଦ୍ଧହସ୍ତ । ରାଜ୍ୟସ୍ତରରେ ଉଚ୍ଚ ପ୍ରଶଂସିତ କୋଚଙ୍କ ଠାରୁ ସେ ବ୍ୟାଡ଼ମିଣ୍ଟନ ଶିକ୍ଷାଗ୍ରହଣ କରିବାକୁ ସ୍ଥିର କରିଛନ୍ତି ଓ ଭବିଷ୍ୟତରେ ଜଣେ ନାମକରା ଖେଳାଳୀ ହେବାର ଆଶା ରଖିଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ।

