Photo for the news of sahi murabi

ସାହୀ ମୂରବୀ ଧର୍ମଗତ ପାଣିଙ୍କ ଦେହାନ୍ତ

ରାଜ୍ୟ

ବନ୍ତ/ଆଗରପଡ଼ା: ବନ୍ତ ବ୍ଲକ ବଡ଼ମହିଁଷଗୋଠ ପଂଚାୟତ ଅନ୍ତର୍ଗତ ନରାଜପୁର ଗ୍ରାମର ଧର୍ମଗତ ପାଣିଙ୍କର ୯୮ ବର୍ଷ ବୟସରେ ଦେହାନ୍ତ ଘଟିଛି । ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ହୋଇ ଘରେ ଚିକିତ୍ସା ହେଉଥିଲେ । ସେ ସାହୀ ମୂରବୀ, ପୁରୋହିତ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ । ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ଏକମାତ୍ର ପୁଅ ପ୍ରଫେସର ଅମରେନ୍ଦ୍ର ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ ।ତାଙ୍କ ଦେହାନ୍ତରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Shrutilipi ad