Img 20251202 wa0155

୨୦୨୫-୨୬ ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ପାଇଁ ବାରିପଦାରେ ଗଡ଼ିଲା କୃଷକ ସଚେତନତା ରଥ 

ରାଜ୍ୟ
  • ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରତିଶୃତିବଦ୍ଧ

ବାରିପଦା: ସରକାରଙ୍କ ନିର୍ଦେଶ ତଥା ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଚଳିତ ବର୍ଷ ଡିସେମ୍ବର ୨୬ ତାରିଖରୁ ଜିଲ୍ଲାରେ ୨୦୨୫ -୨୬ ବର୍ଷ ଖରିଫ ଋତୁ ପାଇଁ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବା ନେଇ କାର‌୍ୟ୍ୟକ୍ରମ ସ୍ଥିର କରାଯାଇଛି।

ଏହି ପରିପ୍ରେକ୍ଷୀରେ ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରାକ୍ ସଚେତନ କରିବା ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ପରିସରରେ ବାରିପଦା ନିୟନ୍ତ୍ରିତ ବଜାର କମିଟି ଓ ବେତନଟି ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ଦୁଇଟି କୃଷକ ସଚେତନତା ରଥକୁ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଉକ୍ତ ରଥକୁ ଶୁଭାରମ୍ଭ କରି ଜିଲ୍ଲାପାଳ ଶ୍ରୀ ସୟ କହିଥିଲେ ଯେ, ଉକ୍ତ ରଥ ପରିକ୍ରମାର ମୁଖ୍ୟ ଉଦେଶ୍ୟ ହେଉଛି ଜଣେ ପଞ୍ଜିକୃତ ଚାଷୀ ମଣ୍ଡି କୁ ତା\’ଙ୍କର ଧାନ ବିକ୍ରୟ କରିବା ପାଇଁ ଆସିବା ପୂର୍ବରୁ କେତେକ ବିଷୟରେ ଜାଣିବା ନିତ୍ୟାନ୍ତ ଜରୁରୀ ଅଟେ। ଯେପରି କି, ବିକ୍ରି ପାଇଁ ଉଦିଷ୍ଟ ଧାନର ଗୁଣାତ୍ମକ ମାନ କିପରି ହେବା ଉଚିତ, ମଣ୍ଡିକୁ ଧାନ ଆଣିବା ପୂର୍ବରୁ କିପରି ସଫା ଓ ଶୁଖିଲା କରି ଆଣିବେ ଏବଂ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ତା\’ଙ୍କୁ କେଉଁ କେଉଁ ନୀତି ନିୟମ ଅନୁସରଣ କରିବା ପାଇଁ ପଡିବ, ସେ ସମ୍ଭନ୍ଧ ରେ ଚାଷୀ ଭାଇ ଭଉଣୀଙ୍କୁ ଅବଗତ କରାଇବା ଦ୍ୱାରା ଚାଷୀ ଭାଇ ଭଉଣୀ ମାନେ ମଣ୍ଡିକୁ ଆସି ବିନା କଟନି ଛଟନୀରେ ସେମାନଙ୍କ ଧାନ ବିକ୍ରୟ କରି ସେମାନଙ୍କ ଉଚିତ ପ୍ରାପ୍ୟ ପାଇ ପାରିବେ।
ଉକ୍ତ ରଥ ଦୁଇଟି ବାରିପଦା ଉପଖଣ୍ଡର ୧୦ଟି ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତକୁ ପରିକ୍ରମାରେ ଯାଇ ଖରିଫ ଋତୁ ରେ ଧାନ ବିକ୍ରୟ ସମ୍ଭନ୍ଧରେ ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କ ଅବଗତି ନିମନ୍ତେ ବିଭିନ୍ନ ସୂଚନା ପ୍ରଦାନ କରିବା ସହ ସଚେତନତା ବାର୍ତ୍ତା ପହଞ୍ଚାଇବ ଯଦ୍ୱାରା ପଞ୍ଜିକୃତ ଚାଷୀ ମାନେ ସେମାନଙ୍କର ଧାନ ବିକ୍ରି ପାଇଁ ମଣ୍ଡିକୁ ଆସି କୌଣସି ସମସ୍ୟାର ସମ୍ମୁଖୀନ ନ ହୋଇ ଅମଳ କରିଥିବା ଧାନ କୁ ବାରିପଦା ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ପରିଚାଳିତ ନିକଟସ୍ଥ ଲ୍ୟାମ୍ପ/ମଣ୍ଡି ମାଧ୍ୟମ ରେ ଗୁଣାତ୍ମକ (ୠବସକ୍ସ ଇଙ୍ଖରକ୍ସବଶର ଛଙ୍କବକ୍ଷସଗ୍ଧଚ୍ଚ)ମାନର ଧାନକୁ ସରକାର ଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମରେ ବ୍ୟବସ୍ଥିତ ଢଙ୍ଗରେ ବିକ୍ରୟ କରି ଧାନର ସହାୟକ ମୂଲ୍ୟ ନିଜ ନିଜ ବ୍ୟାଙ୍କ ଖାତା ଜରିଆରେ ପାଇ ପାରିବେ. ଧାନ ବିକ୍ରି ସମ୍ଭନ୍ଧରେ ସବିଶେଷ ତଥ୍ୟ ପାଇବା ପାଇଁ ହେଲେ ଚାଷୀ ମାନେ ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ ଦେୟ ମୁକ୍ତ ନମ୍ବର ୧୯୬୭ କୁ ଯୋଗାଯୋଗ କରି ତଥ୍ୟ ପାଇ ପାରିବେ।

ଆଜିର ଅନୁଷ୍ଠିତ କାର‌୍ୟ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ସହକାରୀ ନିମ୍ବନ୍ଧକ ଶ୍ରୀ ତୁଷାର କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଏବଂ ବାରିପଦା ନିୟନ୍ତ୍ରିତ ବଜାର କମିଟିର ଉପ ସଭାପତି ଶ୍ରୀ ମଳୟ କୁମାର ଜେନାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ.

Shrutilipi ad