ଆଗରପଡ଼ା:ଭଣ୍ଡାରିପୋଖରୀ ବିଧାୟକଙ୍କ ବିରୋଧରେ ଆର୍ଥିକ ଅନିୟମିତତା ସଂପର୍କରେ ଅଭିଯୋଗ କରିଛନ୍ତି ଆଇନଜୀବୀ ଶ୍ରୀରାମ ସ୍ୱରୂପ ମହାପାତ୍ର । ମଙ୍ଗଳବାର ଅପରାହ୍ନରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ଭଦ୍ରକ ପ୍ରାକ୍ତନ ବିଧାୟକ ତଥା ବର୍ତ୍ତମାନର ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ ବାଇକ ତଥା ଚାରିଚକିଆ ଯାନ ସୋ ରୁମ ମାନ ବିଭିନ୍ନ ଅଂଚଳରେ ଖୋଲିବା ସହ ଏକ ଓଡ଼ିଆ ସ୍ୟାଟଲାଇଟ ଚ୍ୟାନେଲରେ ଅଂଶୀଦାର ହୋଇ ଏଥିରେ କୋଟି କୋଟି ଟଙ୍କା ବିନିଯୋଗ କରିଥିବା ସେ ପ୍ରକାଶ କରିଥିଲେ । ତତ୍ ସହିତ ଗତ କିଛି ବର୍ଷ ଭିତରେ ନିଜ ନାମ ଏବଂ ନିଜ ସମ୍ପର୍କିୟଙ୍କ ନାମରେ ବହୁ ଗୁଡାଏ ପ୍ଲଟ କିଣିଥିବାର ପ୍ରମାଣ ଥିବାର ସେ ପ୍ରକାଶ କରିଥିଲେ । କୋଟି କୋଟି ଟଙ୍କା ସେ କେଉଁଠୁ ଆଣିଲେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ଏହି ସଂପର୍କରେ ସେ ତା ୧୦-୦୭-୨୦୨୫ ରିଖରେ ଆରକ୍ଷୀ ଅଧିକ୍ଷକ ଅର୍ଥନୈତିକ ଅପରାଧ ଶାଖା ଭୁବେନଶ୍ୱରରେ ଏହାର ତଦନ୍ତ ପାଇଁ ନିବେଦନ କରିଥିଲେ । ପରେ ଏହାକୁ ବିଚାରକୁ ନେଇ ଚିଠିନଂ ୩୧୦୩ ତା୧୩-୦୮-୨୦୨୫ ରିଖରେ ଇନକମ ଟ୍ୟାକ୍ସ କମିସନର ଓ ଯୁଗ୍ମ ନିର୍ଦ୍ଦେଶକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କୁ ଏହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାହାର ତଦନ୍ତ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ଏହାର ବିଧିବଦ୍ଧ ତଦନ୍ତ ପାଇଁ ଶ୍ରୀ ମହାପାତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି କରିଛନ୍ତି । ଅପରପକ୍ଷରେ ଏହିଭଳି ଅଭିଯୋଗକୁ ନେଇ ବିଧାୟକ ଶ୍ରୀ ମଲ୍ଲିକଙ୍କୁ ଯୋଗାଯୋଗ କରିବାରୁ ସେ ଏହା ଉପରେ କୌଣସି ମନ୍ତବ୍ୟ ରଖିବାକୁ ମନାକରିଥିଲେ ।

