ହଷ୍ଟେଲ ଖାଦ୍ୟ ଖାଇ ପିଏମଶ୍ରୀ ବିଦ୍ୟାଳୟର ୪୧ ଅନ୍ତେବାସୀ ଅସୁସ୍ଥ ରାଜ୍ୟ December 2, 2025ONNLeave a Comment on ହଷ୍ଟେଲ ଖାଦ୍ୟ ଖାଇ ପିଏମଶ୍ରୀ ବିଦ୍ୟାଳୟର ୪୧ ଅନ୍ତେବାସୀ ଅସୁସ୍ଥ କୋରାପୁଟ: ପିଏମଶ୍ରୀ ବିଦ୍ୟାଳୟର ୪୧ ଅନ୍ତେବାସୀ ପେଟ ବ୍ୟଥାରେ ଆକ୍ରାନ୍ତ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଶିରିବେଡା ପିଏମଶ୍ରୀ ବିଦ୍ୟାଳୟ ହଷ୍ଟେଲର ୪୧ ଜଣ ଅନ୍ତେବାସୀ ପେଟ ବ୍ୟଥାରେ ଆକ୍ରାନ୍ତ ହୋଇଥିଲେ। ଏହି ଘଟଣାରେ ୩୫ ଜଣ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ ହଷ୍ଟେଲ ଅନ୍ତେବାସୀ ରାତ୍ରି ଭୋଜନ ପରେ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ସାଢେ ୯ଟା ବେଳେ କିଛି ପିଲା ପେଟ ବ୍ୟଥା ହେଉଥିବା ରୋଷେୟାଙ୍କୁ ଜଣେଇ ଥିଲେ। କ୍ରମଶଃ ହଷ୍ଟେଲର ଅଧିକାଂଶ ପିଲାଙ୍କ ପେଟ ବ୍ୟଥା ହେଉଥିବା ଜଣେଇବା ପରେ ପ୍ରଧାନଶିକ୍ଷକ କୁଳମଣି ଜେନା ତିନୋଟି ବୋଲେରୋ ଗାଡ଼ିରେ ୩୫ ଜଣ ଅନ୍ତେବାସୀଙ୍କୁ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ବୈପାରିଗୁଡା ଏବଂ ରାମଗିରି ଡ଼ାକ୍ତରୀ ଦଳ ଶିରିବେଡା ପିଏମଶ୍ରୀ ବିଦ୍ୟାଳୟର ହଷ୍ଟେଲରେ ପହଞ୍ଚି ବାକି ୬ ଜଣ ପିଲାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ଜଣାପଡିଛି। ଏସଂପର୍କରେ ଡାକ୍ତରଙ୍କୁ ପଚାରିବାରୁ ପରୀକ୍ଷା ପରେ ହିଁ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପ୍ରକାଶ କରିଥିଲେ। Share this: Click to share on Facebook (Opens in new window) Facebook Click to share on X (Opens in new window) X Like this:Like Loading...