Recent photo 1695216761

ସ୍ଵାର୍ଥପର ଲୋକ ଦଳରୁ ପଳେଇଲେ ଭଲ

ରାଜ୍ୟ

ଭୁବନେଶ୍ଵର : ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିସ୍ଫୋରକ ବୟାନ ରଖିଛନ୍ତି। ସେ କହିଛନ୍ତି ନବୀନ ବାବୁ ମୋତେ ଫୋନ୍ କଲେ, ଗୃହରେ ଅନୁପସ୍ଥିତ ରହିବାକୁ କହିଥିଲେ। ମୁଁ ତାଙ୍କ ହିସାବରେ ଭୋଟ୍ ଦେବାକୁ ଯାଇନଥିଲି। କିଛି ଲୋକ ନବରନ ବାବୁଙ୍କୁ ଦେଖା କରିବାକୁ ଦେଉନାହାଁନ୍ତି। ଭୂପିନ୍ଦର ସିଂଙ୍କୁ ମଧ୍ୟ ଦେଖା କରାଇ ଦେଲେନି। ମୁଁ ଦେଖା କରିବାକୁ ଚାହୁଁଛି ବୋଲି ନବୀନ ବାବୁଙ୍କୁ ଜଣାଇ ନିଆଯାଉନି। ନିର୍ବାଚନ ବେଳେ ନବୀନ ବାବୁ ପ୍ରଚାର ମଙ୍ଗ ଧରିଲେନି। ବିଜୁ ବାବୁ ଓ ନବୀନ ବାବୁଙ୍କ ଫଟୋ ଉଠିଗଲା, ପାଣ୍ଡିଆନଙ୍କ ଫଟୋ ଲାଗିଲା। ସ୍ଵାଭିମାନ୍ ଓଡିଆ ଏହାର ସଠିକ୍ ଜବାବ ଦେଲେ।

ସେପଟେ ଦେବାଶିଷଙ୍କୁ ସ୍ଵାର୍ଥପର ନେତା କହି ଟାର୍ଗେଟ୍ କରିଛନ୍ତି ପ୍ରମିଳା ମଲ୍ଲିକ। କିଛି ସ୍ଵାର୍ଥପର ନେତା ଅଛନ୍ତି, ସ୍ଵାର୍ଥରେ ବାଧା ଆସିଲେ ଦଳ ଛାଡନ୍ତି। ଦଳ ଛାଡି ଦଳ ବିରୋଧରେ କୁହନ୍ତି। ସ୍ଵାର୍ଥପର ଲୋକ ଦଳରୁ ପଳେଇଲେ ଭଲ , ଦଳ ଶୃଙ୍ଖଳାରେ ଚାଲିବ। ଦେବାଶିଷ ଅସୁସ୍ଥ ଅଛନ୍ତି , ପଦବୀ ସମ୍ଭାଳି ପାରିବେନି ବୋଲି ଇସ୍ତଫା ଦେଲେ। ଯେତେବେଳେ ପଦବୀ ଓ କ୍ଷମତା ଥିଲା ସେତେବେଳେ କାହିଁକି କିଛି କହିଲେନି। ଏବେ କ୍ଷମତା ଚାଲିଗଲା ବୋଲି କହୁଛନ୍ତି ନୀତି ଆଦର୍ଶରୁ ଚାଲିଗଲା।

Shrutilipi ad