Img 20251124 wa0223

 ଜିଲ୍ଲାସ୍ତରୀୟ ସର୍ଗିଫୁଲ, ବିଜ୍ଞାନ ମେଳା ଓ ଭଲ୍ଲି ବଲ ପ୍ରତିଯୋଗିତା – ୨୦୨୫ ଅନୁଷ୍ଠିତ

ରାଜ୍ୟ
ବାରିପଦା :   ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ସର୍ଗିଫୁଲ, ବିଜ୍ଞାନ ମେଳା ଓ ଭଲ୍ଲି ବଲ ପ୍ରତିଯୋଗିତା – ୨୦୨୫ ଜିଲ୍ଲା ମଙ୍ଗଳାଧିକାରୀ ଶ୍ରୀ ଗୁରୁଚରଣ ମଲ୍ଲିକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାଏକ ମୁଖ୍ୟଅତିଥିଭାବେ ଯୋଗଦାନ କରିଥିଲେ। ସ୍ୱତନ୍ତ୍ର ସମ୍ମାନିତ ଅତିଥିଭାବେ ଶ୍ରୀ ପ୍ରଣୟରଞ୍ଜନ ବେହେରା,ପ୍ରକଳ୍ପ ପ୍ରଶାସକ, ଆଇ.ଟି.ଡି.ଏ., ବାରିପଦା, ସମ୍ମାନିତ ଅତିଥିଭାବେ ବାରିପଦା ବ୍ଳକର ବି.ଡି.ଓ. ଶ୍ରୀ ଦେବେନ୍ଦ୍ର କୁମାର ବଳ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ସେଠୀ, ଶ୍ରୀ ଅଜୟ କୁମାର ଜେନା, ଶ୍ରୀ ଜ୍ଞାନେନ୍ଦ୍ର ସାମଲ, ଶ୍ରୀ ଆଲୋକ କୁମାର ମାଝୀ, ସୁଶ୍ରୀ ସ୍ମୃତିଲିପି ମହାନ୍ତି, ଖଡ଼ିଆ-ମାଙ୍କଡିଆ ପ୍ରକଳ୍ପ, ଯଶିପୁରର ସ୍ଵତନ୍ତ୍ର ଅଧିକାରୀ ଶ୍ରୀମତୀ ହେମାଙ୍ଗିନୀ ଅଗସ୍ତି ତଥା ପ୍ରଧାନଶିକ୍ଷକ ଶ୍ରୀ ହେମନ୍ତ କୁମାର କର ମଞ୍ଚାସୀନ ହୋଇ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ୪ ଗୋଟି ଉପଖଣ୍ଡରେ ଆୟୋଜିତ ହୋଇଥିବା ଉପଖଣ୍ଡସ୍ତରୀୟ ସର୍ଗିଫୁଲରେ ମୋଟ 240 ଜଣ ବିଜୟୀ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ପ୍ରକାରର ସୃଜନାତ୍ମକ ପ୍ରତିଯୋଗିତା, ଯଥା –  ସୃଜନାତ୍ମକ ଲିଖନ, ବାଗ୍ମୀତା,ସଙ୍ଗୀତ,  କୁଇଜ, ବାଦ୍ୟଯନ୍ତ୍ର, ଚିତ୍ରାଙ୍କନ, ଏକକ ତଥା ଦଳଗତ ନୃତ୍ୟ ଆଦି ମୋଟ ୨୦ଗୋଟି ପ୍ରତିଯୋଗିତା ବରିଷ୍ଠ ଓ କନିଷ୍ଠ ବିଭାଗରେ  ଅନୁଷ୍ଠିତ ହୋଇଥିଲା । ଠିକ୍ ସେହିପରି ଜିଲ୍ଲାର ସମସ୍ତ ବିଭାଗୀୟ ଉଚ୍ଚ ବିଦ୍ୟାଳୟର ୫୫ ଗୋଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଜ୍ଞାନ ଶିକ୍ଷକମାନଙ୍କର ମାର୍ଗଦର୍ଶନରେ କୁନି କୁନି ବୈଜ୍ଞାନିକମାନେ ନିଜର ପ୍ରକଳ୍ପରେ ‘କୃତ୍ରିମ ବୁଦ୍ଧିମତ୍ତା’ କୁ ଉପଯୋଗ କରି ବିଜ୍ଞାନମନସ୍କତା ପ୍ରଦର୍ଶନ କରିଥିଲେ ।
 ସନ୍ଧ୍ୟାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ସଭାପତି ଭାବେ ଶ୍ରୀ ଗୁରୁଚରଣ ମଲ୍ଲିକ, ଜିଲ୍ଲା ମଙ୍ଗଳ ଅଧିକାରୀ , ମୁଖ୍ୟଅତିଥିଭାବେ ଶ୍ରୀ ଜଲେନ ନାଏକ,ମାନନୀୟ ବିଧାୟକ,ରାଇରଂପୁର, ସ୍ଵତନ୍ତ୍ର ସମ୍ମାନିତ ଅତିଥିଭାବେ ଶ୍ରୀ ଭାଦବ  ହାଁସଦାଃ, ମାନନୀୟ ବିଧାୟକ, ସାରସକଣା, ସମ୍ମାନିତ ଅତିଥିଭାବେ ଶ୍ରୀ ଦୟାସିନ୍ଧୁ ପରିଡା,ମାନନୀୟ ଉପଜିଲ୍ଲାପାଳ,ବାରିପଦା  ତଥା ପ୍ରଧାନ ଶିକ୍ଷକ ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେବା ସହିତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଲାଭ କରିଥିବା କୃତୀ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ସର୍ଗିଫୁଲରେ ଅଂଶଗ୍ରହଣ କରିବେ ।
ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନ।ରେ ବିଶ୍ଵନାଥ ସାହୁ, ପଦ୍ମଲୋଚନ ଆଚାର୍ଯ୍ୟ, ଜୟନ୍ତ ଜେନା ସହଯୋଗ କରିଥିବା ସମୟରେ ସମସ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ସୁକେଶଚନ୍ଦ୍ର ବେହେରା,ଧ୍ରୁବଚରଣ ମୁର୍ମୁ, ଦୀପ୍ତିକାନ୍ତ ଜେନା, ପ୍ରଦୀପ ଭୁୟାଁ, ଜୟନ୍ତ ପାଣି ଗ୍ରାହୀ, ବସନ୍ତ ବେହେରା,ରଜତ କୁମାର ଦାଶ,ସମୀର ଜେନା, ଦୀପକ ସେଠୀ, ବିଜୟ ନାଏକ,ରଶ୍ମିତା ଜେନା, ସୁପ୍ରଭା ବେରା, ନିବେଦିତା ମହାନ୍ତି ପ୍ରମୁଖ  କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ ।
Shrutilipi ad