ବନ୍ତ/ଆଗରପଡ଼ା:ବନ୍ତ ବ୍ଲକ ଗଣିଜଙ୍ଗ ପଂଚାୟତ ଅରଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଶା ଦେଖିବାକୁ ମିଳିଛି । ଗ୍ରାମ ମହିଳା ଗ୍ରୁପରୁ ଗ୍ରୁପରୁ ମା\’ ଋଣ ଆଣିଥିଲେ । ମା\’ର ମୃତ୍ୟୁ ପରେ ଝିଅ ଋଣ କିସ୍ତି ପରିଶୋଧ କରୁଥିଲେ । ତେବେ ମା\’ର ମୃତ୍ୟୁ ପ୍ରମାଣ ପତ୍ର ପାଇବା ପରେ ଇନସ୍ୟୁରାନ୍ସ ପାଇବା ପାଇଁ ଆବେଦନ କରିଥିଲେ । ତେବେ ଗ୍ରୁପ ବକେୟା କିସ୍ତି ନ ଦେବାରୁ ମୃତକଙ୍କ ଝିଅକୁ ଗାଁ ଦାଣ୍ଡରେ ଗ୍ରୁପର ସଦସ୍ୟାମାନେ ମାଡ ମାରିଥିଲେ । ଭଦ୍ରକ ଜିଲ୍ଲା ଗ୍ରାମାଚଂଳ ଥାନା ଅଧୀନ ଗଣିଜାଙ୍ଗ ପାଂୟତ ଅରଞ୍ଜି ଗାଁର ମୋନାଲିସା ମହାପାତ୍ର ଏପରି ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁଯାୟୀ ;ସେହି ଗାଁ ର ମନୋରମା ମହାପାତ୍ର ଗାଁ ର ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ସଦସ୍ୟ ଥିଲେ । ଏବଂ ୭୦ ହଜାର ଟଙ୍କା ଋଣ ଆଣିଥିଲେ । କିନ୍ତୁ ପକ୍ଷାଘାତରେ ଜୁଲାଇ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପର ଠାରୁ କିସ୍ତି ବାବଦ କୁ ତାଙ୍କ ଝିଅ ମାସକୁ ୨୮୩୦ ଟଙ୍କା ଗ୍ରୁପକୁ ଦେଉଥିଲେ । କିନ୍ତୁ ନିୟମ ଅନୁଯାୟୀ ସଦସ୍ୟଙ୍କ ମୃତ୍ୟୁ ପରେ ଇନସ୍ୟୁରାନ୍ସ ଥିଲେ ଆଉ କିସ୍ତି ଜମା କରିବା କଥା ନୁହେଁ । କିନ୍ତୁ ଝିଅ ମା\’ଙ୍କ ମୃତ୍ୟୁ ପ୍ରମାଣ ପତ୍ର ଗ୍ରୁପ ଲୋନ ଦେଇଥିବା ସଂସ୍ଥାରେ ଜମା କରିବା ପରେ ମଧ୍ୟ ଗ୍ରୁପର ସଦସ୍ୟ ମାନେ ବାରମ୍ବାର କିସ୍ତି ମାଗିଥିଲେ । ଝିଅ ମନା କରିବା ଯୋଗୁଁ ଘର ସମ୍ମୁଖରେ ଗ୍ରୁପ ସଦସ୍ୟ ଓ ସେମାନଙ୍କ ପରିବାର ଲୋକେ ମୋନାଲିସାଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ମୋନାଲିସା ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଅପର ପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

