ଆଗରପଡ଼ା):ବନ୍ତ ବ୍ଲକ ଆଗରପଡ଼ା ବିଦ୍ୟୁତ୍ ବିଭାଗ ଅଧିନସ୍ଥ କାଦବରାଙ୍ଗ ଗ୍ରାମପଂଚାୟତର ବନ୍ତଳା ଗ୍ରାମର ଅଙ୍ଗନବାଡ଼ି,ଖେଳପଡ଼ିଆ ଓ ଶିବ ମନ୍ଦିର ନିକଟରେ ବିପଦ ସଂକୁଳ ଏବଂ ଅସୁରକ୍ଷିତ ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଅଛି । ମଣିଷ ଏବଂ ଗାଈ ଗୋରୁଙ୍କ ସମେତ କୁନିକୁନି ପିଲାଙ୍କ ପାଇଁ ବିପଦ ସାଜିଛି । ତେଣୁ ଉକ୍ତ ଟ୍ରାନ୍ସଫର୍ମରର ସୁରକ୍ଷା ପାଇଁ ଏହାର ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ କରିବାକୁ ବନ୍ତଳାବାସୀଙ୍କ ପକ୍ଷରୁ ଦାବି ହେଉଛି ।

