Photo for the news of bnimabhoi sibira

ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର:୨୬୫ ହିତାଧିକାରୀ ଚିହ୍ନଟ

ରାଜ୍ୟ

ବନ୍ତ/ଆଗରପଡ଼ା:ବନ୍ତ ବ୍ଲକ ପଳସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫ଗୋଟି ବିଭାଗରେ ମୋଟ ୨୬୫ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରେ ଶାରୀରିକ ଭିନ୍ନକ୍ଷମରେ ୯୭, ଦୃଷ୍ଟି ବାଧିତ ଭିନ୍ନକ୍ଷମରେ ୩୩, ଶ୍ରବଣ ବାଧିତ ମୂକ ବଧିରରେ ୪୩, ମସ୍ତିଷ୍କ ପକ୍ଷାଘାତ ବିଭାଗରେ ୬୨ ଏବଂ ଶୂନରୁ ୧୪ ବର୍ଷ ବୟସ ସମସ୍ତ ପ୍ରକାର ଭିନ୍ନକ୍ଷମ ବିଭାଗରେ ୩୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା । ସମସ୍ତ ଭିନ୍ନକ୍ଷମଙ୍କୁ ପରବର୍ତ୍ତୀ ଅବସ୍ଥାରେ ପ୍ରମାଣ ପତ୍ର ପ୍ରଦାନ କରାଯିବ । ଏହି ଅବସରରେ ବିଡିଓ ସୀତାକାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ସାଂସଦ ପ୍ରତିନିଧି ସୁଧାଂଶୁ ଶେଖର ନାୟକ, ଜିଲା ପରିଷଦ ସଭାପତି ପ୍ରଫୁ୍‌ଲ୍ଲ କୁମାର ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଗଣେଶ୍ୱର ସେଠୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକ, ସରପଂଚ ରଜନୀ ସେଠୀ ପ୍ରମୁଖ ଯୋଗ ଦେଇ ଦିବ୍ୟାଙ୍ଗ ମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେନେଇ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ । ଶିକ୍ଷକ ସୁଧିର କୁମାର ବାରିକ ମଂଚ ସଂଯୋଜନା କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିର ପରିଚାଳନାରେ ପିିଇଓ ରାଜେନ୍ଦ୍ର କୁମାର ଦାସ, ବ୍ଲକ ସାମାଜକ ସୁରକ୍ଷା ବିଭାଗ କର୍ମଚାରୀ ଲକିପ୍ରଭା ଜେନା, ପଦ୍ମିନୀ ସିଂହଙ୍କ ସମେତ ବିଭିନ୍ନ ପଂଚାୟତର ପିଇଓ, ଏଡିଇଓ, ଜିଆରଏସ ଏବଂ ସମସ୍ତ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ ।

Shrutilipi ad