ଆଗରପଡ଼ା:ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଗୋପିନାଥପୁର କ୍ଲଷ୍ଟର ଅନ୍ତର୍ଗତ କାଣ୍ଡବା ନୋଡ଼ାଲ ଉ.ପ୍ରା.ବିଦ୍ୟାଳୟରେ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ସୁଧାଂଶୁ ଶେଖର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬୪ ଗୋଟି ପ୍ରକଳ୍ପକୁ ନେଇ ଏକ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ସିନିୟର ବିଭାଗରୁ ପ୍ରତିଜ୍ଞା ପ୍ରତି ପ୍ରଥମ,ଦିବ୍ୟାଜଂଳୀ ମାଝୀ ୨ୟ,ଆକାଶ ବେହେରା ୩ୟ ସ୍ଥାନ ଅଧିକାର କରିଥବବା ବେଳେ ଜୁନିୟର ବିଭାଗରୁ ଶୁଭସଂକେତ ଜେନା ପ୍ରଥମ,ପରିନୀତା ବେହେରା ୨ୟ ଓ ପ୍ରଜ୍ଞାଜଂଳୀ ମାଝୀ ୩ୟ ସ୍ଥାନ ଅଧିକାର କରିଛନ୍ତି । ବନ୍ତଳା ନୋଡ଼ାଲ ଉ.ପ୍ରା.ବିଦ୍ୟାଳୟ ଶିକ୍ଷକ ମନୋଜ ରାଉଳ,ଟିକିରା ଉ.ପ୍ରା. ବିଦ୍ୟାଳୟ ଶିକ୍ଷକ ଅମରେନ୍ଦ୍ର ଦାଶ ଓ ସୁବର୍ଣ୍ଣେଶ୍ୱର ଉ.ପ୍ରା.ବିଦ୍ୟାଳୟ ଶିକ୍ଷକ ସୁଧାକର ବଳ ପ୍ରମୁଖ ବିଚାରକ ଭୂମିକା ନିର୍ବାହ କରିଥିଲେ । ଆୟୋଜିତ ସଭାରେ ଉ.ପ୍ରା.ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ରିତାରାଣୀ ପରିଡ଼ା,ସଭାପତି ନାରାୟଣ ଚନ୍ଦ୍ର ଉଦ୍ଗାତା,ସିଆରସିସି ପ୍ରଫୁଲ୍ଲ ସାହୁ,ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀ ପଙ୍କଜିନୀ ଶତପଥୀ,ଆମନ୍ତ୍ରିତ ବିଚାରକ ମଣ୍ଡଳୀ ଓ ଏସ୍ଏମ୍ସି ସଭାପତି ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ଶିକ୍ଷକଶିକ୍ଷୟିତ୍ରୀ ରେବତୀ ଦାସ,କୁମୁଦିନୀ ବାରିକ,ସୁଜାତା ଖମାରୀ,ବୈଜୟନ୍ତୀ ଦାଶ,ସଂଜୀବ ଶତପଥୀ ଓ ଅଭିରାମ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

