Img 20251119 wa0206

୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ୨୦୨୫ ଅବସରରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ

ରାଜ୍ୟ

ବାରିପଦା: ସ୍ଥାନୀୟ ଶହୀଦ ସ୍ମୃତି ଭବନ ବାରିପଦାଠାରେ “ମୟୂରଭଞ୍ଜ ଜିଲାସ୍ତରୀୟ ସମବାୟ ମହୋତ୍ସବ ୨୦୨୫” ତା.୧୯.୧୧.୨୦୨୫ରିଖରେ ପାଳିତ ହୋଇଯାଇଛି ଜ୍ଝ କାର‌୍ୟ୍ୟକ୍ରମ ଆରମ୍ଭରେ ମୟୂରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟ “ଉତ୍ତରସାହି ଛଉନୃତ୍ୟ ପ୍ରତିଷ୍ଠାନ” ବାରିପଦାର କଳାକାର ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା ଜ୍ଝ ଏହି ଛଉ ନୃତ୍ୟ ମାଧ୍ୟମରେ ଚାଷ କାର‌୍ୟ୍ୟର କୌଶଳ ପ୍ରଦର୍ଶନ କରାଯାଇଥିଲା ଜ୍ଝ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରକାଶ ସୋରେନ, ମାନ୍ୟବର ବିଧାୟକ ବାରିପଦା,ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ, ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ, ଊଊଗ, ଘଇଈଇଜଊ ସ୍ମାରକ ମହାନ୍ତି, ଶ୍ରୀଯୁକ୍ତ ତୁଷାରକାନ୍ତି ମହାନ୍ତି, ବରିଷ୍ଠ ସହକାରୀ ନିବନ୍ଧକ ବାରିପଦା ଓ ରାଇରଙ୍ଗପୁର, ଶ୍ରୀଯୁକ୍ତ ବସନ୍ତ କୁମାର ନାୟକ, ବରିଷ୍ଠ ସହକାରୀ ନିବନ୍ଧକ କରଞ୍ଜିଆ, ଶ୍ରୀଯୁକ୍ତ ସୁକୁରାମ ସିଂ ବରିଷ୍ଠ ସହକାରୀ ନିବନ୍ଧକ କପ୍ତିପଦା, ଶ୍ରୀଯୁକ୍ତ ପ୍ରଦୀପ ଉପାଧ୍ୟାୟ ସଭାପତି ମୟୂରଭଞ୍ଜ ଜିଲ୍ଲା ସମବାୟ ସଂଘ ଓ ମୁଖ୍ୟ ବକ୍ତା ଭାବେ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବ୍ରମନ୍ୟମ ମହାନ୍ତି ଉପସ୍ଥିତ ଥିଲେ ଓ ଏହି ସଭାରେ ଶ୍ରୀଯୁକ୍ତ ଅଶୋକ କୁମାର ପାଣି, ଉପନିବନ୍ଧକ ସମବାୟ ସମିତି ସମୂହ ମୟୂରଭଞ୍ଜ ଖଣ୍ଡ, ବାରିପଦା ପୌରୋହିତ୍ୟ କରିଥିଲେ ଓ ମଞ୍ଚାସୀନ ଅତିଥିମାନେ ସମବାୟର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଆଲୋଚନା ଓ ସମବାୟ ମାଧ୍ୟମରେ ସମାଜର ଅଗ୍ରଗତି, ଆତ୍ମନିର୍ଭର ଭାରତ ଗଠନ ଉପରେ ଗୁରୁତ୍ତ୍ୱାରୂପ କରିଥିଲେ ଓ ସମବାୟ ସମିତିକୁ ଆଦର୍ଶ ସମବାୟ ସମିତି, ଧାନମଣ୍ଡିକୁ ଆଦର୍ଶ ଧାନମଣ୍ଡିରେ ପରିଣତ କରିବା ଓ ଲ୍ୟାମ୍ପ୍ସଗୁଡିକର କାର‌୍ୟ୍ୟକ୍ରମରେ ସ୍ଵଚ୍ଛତା ଆଣିବା ପାଇଁ ଘଖଚଝ ମାଧ୍ୟମରେ କମ୍ପୁଟରିକରଣ କାର‌୍ୟ୍ୟକ୍ରମ ଆରମ୍ଭ ହୋଇଛି ବୋଲି ଆଲୋଚନା ହୋଇଥିଲା ଓ ଏହି ସଭାରେ ବିଶିଷ୍ଟ ସମବାୟବିତ ଶ୍ରୀମତୀ ଲକ୍ଷ୍ମୀ ସାହୁଙ୍କୁ ସମ୍ମାନିତ କରିବା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା ଓ ଏଥି ସହିତ ସମବାୟ ସପ୍ତାହ ଉପଲକ୍ଷେ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ “ ଆତ୍ମ ନିର୍ଭର ଭାରତ ପାଇଁ ସମବାୟ ଏକ ମାଧ୍ୟମ” ବିଷୟରେ ବକୃତା ଓ ପ୍ରବନ୍ଧ ପ୍ରତିଯୋଗୀତା କରାଯାଇ କୃତୀଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଥିଲା ଓ ଜିଲ୍ଲାର ସମବାୟ ସମିତିର କର୍ମଚାରୀ, ପରିଚାଳନା ପରିଷଦର ସଦସ୍ୟ, ଚାଷୀ ଓ ବିଭିନ୍ନ ବିଭାଗର ଅଧିକାରୀ ମିଶି ମୋଟ ୪୧୨ ଜଣ ଯୋଗଦେଇଥିଲେ |
ଶେଷରେ ବସନ୍ତ କୁମାର ନାୟକ, ବରିଷ୍ଠ ସହକାରୀ ନିଜନ୍ଧଳ, ସମବାୟ ସମିତି ସମୂହ, କରଞ୍ଜିଆ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ ।

Shrutilipi ad