Img 20251117 wa0196

ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ କବାଡି ପ୍ରତିଯୋଗିତା: ମୟୂରଭଞ୍ଜରୁ ୨୪ ସାମିଲ

ରାଜ୍ୟ
 ବାରିପଦା: ଓଡିଶା ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଚଳିତ ନଭେମ୍ବର ମାସ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ବଣେଇ ଠାରେ ଅନୁଷ୍ଠିତ ହେବ l ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନରେ ଓ ଜିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ଭାଗିରଥି ମଲ୍ଲିକଙ୍କ ତତ୍ତ୍ୱବଧାନରେ ମୟୂରଭଞ୍ଜ ଜିଲ୍ଲାରୁ ୨୪ ଜଣ ଛାତ୍ର ଛାତ୍ରୀ ଯୋଗ ଦେବେ l ବାଳକ ଟିମ ମ୍ୟାନେଜର ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ,ଗରୁମହିଷାଣି ର ପିଇଟି ରାମ ନାରାୟଣ ପାଣ୍ଡେ ଓ ବାଳିକା ଟିମ ମ୍ୟାନେଜର ଭାବେ ସରକାରୀ ଭୋକେସନାଲ ଉଚ୍ଚ ବିଦ୍ୟାଳୟ, ଖୁରୁଣ୍ଟିଆ ର ପିଇଟି  ଆରତୀ ପାତ୍ର ଙ୍କ ନେତୃତ୍ୱ ରେ  ମୟୂରଭଞ୍ଜ ଜିଲ୍ଲାରୁ ୨୪ଜଣ  ପ୍ରତିଯୋଗୀ ଯୋଗ ଦେବେ l ସେମାନେ ହେଲେ  ୧୭ ବର୍ଷରୁ କମ ବାଳକ ବିଭାଗରେ ଲିପୁନ ଦାସ, ସତ୍ୟମ ଗିରି, ଅର୍ପିତ ଅମିତାଂଶୁ ନାଏକ, ସ୍ଵନେଶ୍ଵର ଦଳେଇ, ବଣ୍ଠୁ ସିଂ, ଜ୍ୟୋତି ଶେଖର ନାଏକ, ଚନ୍ଦନ ସିଂ, କରଣ ଅର୍ଜୁନ ମହାନ୍ତ, ଦେବ କାରୁଆ, ଅସ୍ମିତ ରାଉତ, ଏସ. କେ. ଥହୀର କୌସର , ସାଇ ଶଙ୍କର ସାହୁ ଓ ବାଳିକା ବିଭାଗରେ ମାମୁନୀ ସିଂ, ମାଳତୀ ବେଶ୍ରା, ଦିଗି ସୋରେନ, ଫୁଲମଣି ଟୁଡୁ, ଛିତାମଣି  ମାରାଣ୍ଡି, ବାସନ୍ତୀ ଗୁଇଆ, ପାନ ବେଶ୍ରା, ସୋନାମଣୀ ମୁଣ୍ଡାରୀ, ପୂଜା ହେମ୍ବ୍ରମ, କରମୀ ଟୁଡୁ, ଲକ୍ଷ୍ମୀ ସିଂ, ଶାନ୍ତି ହେମ୍ବ୍ରମ l ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏମାନଙ୍କୁ ଶୁଭେଚ୍ଛା ଜଣେଇବା ସହ ରାଜ୍ୟସ୍ତରରେ ସଫଳତା କାମନା କରାଯାଇଛି l
Shrutilipi ad