Img 20251116 wa0342

ଜାତୀୟ ନାଟ୍ୟ ମହୋତ୍ସବର ୪ର୍ଥ ସନ୍ଧ୍ୟା, ଦର୍ଶକଙ୍କୁ ବିମୋହିତ କଲା  ନାଟକ “କମଳା”

ରାଜ୍ୟ
ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଓମ ନାଟ୍ୟ ସଂସ୍ଥାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ଜୀବନ ରେଖା ଥିଏଟର, ଭୁବନେଶ୍ୱର ପ୍ରଯୋଜିତ ଓଡ଼ିଆ ନାଟକ “କମଳା” ମଞ୍ଚସ୍ଥ ହୋଇଯାଇଛି I ବିଜୟ ତେନ୍ଦୁଲକରଙ୍କ ରଚିତ ଅଭିନ୍ନ ରାଉତରାୟଙ୍କ ନିର୍ଦ୍ଦେଶିତ ନାଟକରେ ସତ୍ୟନାରାୟଣ ନନ୍ଦୀ, ରୋହନ ଯାଦବ, ଆଶିଷ ରାଉତ, ଶୁଭଶ୍ରୀ, ସ୍ୱତଧା ଓ ଶୁଭସ୍ମିତା ମଲ୍ଲ ଅଭିନୟ କରିଥିଲେ I ଅନୁସୃଜନରେ ଚିନ୍ମୟୀ ଷଡ଼ଙ୍ଗୀ, ସଂଗୀତରେ ପ୍ରତାପ ରାଉତ, ଆଲୋକରେ ସଞ୍ଜୟ ସାହା, ମଞ୍ଚସଜ୍ଜାରେ ଅଶୋକ କର ଓ ମଞ୍ଚ ପରିଚାଳନାରେ ତପନ ମହାନ୍ତି ସହଯୋଗ କରିଥିଲେ I ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲ ଓ ମୁଖ୍ୟ ବକ୍ତାଭାବେ ଶିକ୍ଷାବିତ ଉଷା ଶତପଥି ଆଜି ସନ୍ଧ୍ୟାର ନାଟକର ଉଦଘାଟନ କରିବା ସହ ବାରିପଦାରେ ଜାତୀୟ ନାଟ୍ୟ ମହୋତ୍ସବର ଆୟୋଜନ ସ୍ଥାନୀୟ କରକାରଙ୍କୁ ଉତ୍ସାହିତ କରିବ ବୋଲି ପ୍ରକାଶ କରିଥିଲେ I ଏହି ଅବସରରେ ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ସଂସ୍ଥାର ସମ୍ପାଦକ ଜ୍ଞାନ ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରତିଷ୍ଠାତା ବିଶିଷ୍ଟ ଅଭିନେତା ନିର୍ଦ୍ଦେଶକ ଧୀର ବଶା ବାରିପଦାରେ ନାଟକର ଇତିହାସ ଉପରେ ଆଲୋକପାତ କରିଥିଲେ I ଅଭିନେତା କୃଷ୍ଣଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ I ଅଭିନେତାମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା I ଏହି ମହୋତ୍ସବ ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ I  ଆସନ୍ତକାଲି ଶାନ୍ତିକୃପା, ଭୁବନେଶ୍ୱର ପ୍ରଯୋଜିତ ଓଡ଼ିଆ ନାଟକ “ପ୍ରେମ ପ୍ରୀତି” ମଞ୍ଚସ୍ଥ ହେବବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I
Shrutilipi ad