Photo for the news of manasmita (1)

ରାଜ୍ୟ ଚମ୍ପିଆନ ମନସ୍ମିତାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ରାଜ୍ୟ

ଆଗରପଡ଼ା :ଆଗରପଡ଼ା ସରକାରୀ ବାଳିକା ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ମନସ୍ମିତା ରାଉତ ସୁରଭି କାର୍ଯ୍ୟକ୍ରମ ସୃଜନଶୀଳ ଲିଖନ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ରାଜ୍ୟ ଚମ୍ପିଆନ ହୋଇଛନ୍ତି । ଗତ ଶୁକ୍ରବାର ଭୁବନେଶ୍ୱର ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟମଂତ୍ରୀ ମୋହନ ଚରଣ ମାଝୀ ଅତିଥି ମନସ୍ମିତାଙ୍କୁ ପ୍ରମାଣପତ୍ର ଓ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ । ସେ ସ୍କୁଲ ଏବଂ ଅଂଚଳ ପାଇଁ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିବାରୁ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଂଜନ ମହାନ୍ତି, ପରିଚାଳନା କମିଟି ଅଧ୍ୟକ୍ଷା ବର୍ଷାରାଣୀ ମଲ୍ଲିକ, ସଭ୍ୟ ତଥା ସାମ୍ବାଦିକ ଅକ୍ଷୟ ସିଂହ,ସିଆରସିସି ନିରଞ୍ଜନ ଖିଲାର, ସହକାରୀ ଶିକ୍ଷକ ଅଜିତ ରାଉଳ, ବିରେନ ମିଶ୍ର,କୈଳାସ ପଣ୍ଡା, ଭୀମସେନ ପାଳ,ପ୍ରମୋଦିନୀ ସାହୁ, ଭାଗ୍ୟଶ୍ରୀ ପଣ୍ଡା, ରଞ୍ଜିତା ଶିଅଳ,ସାଗରିକା ମହାନ୍ତି,ବନଜିନୀ ନାୟକ, ବିଦ୍ୟୁତଲତା ଦାସ, ସାବିତ୍ରୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷାବିତ୍ ସମୀକ୍ଷା ପ୍ରସାଦ ରାଉତ ଓ ମଧୁସ୍ମିତା ଜେନାଙ୍କ ଝିଅ ମନସ୍ମିତା ମଧ୍ୟ ପୂର୍ବରୁ ନିଜ ପାରଦର୍ଶିତା ପ୍ରଦର୍ଶନ କରି କୃତକାର୍ଯ୍ୟ ହୋଇ ସ୍କୁଲ ପାଇଁ ଅନେକ ଗୌରବ ସାଉଁଟିଛନ୍ତି ।

Shrutilipi ad