Photo for the news of pitru matru sambilani

ଆଦର୍ଶବାଦୀ ଶିଶୁ ମାନବ ବିକାଶ ମଂଚର ବାର୍ଷିକ ଉତ୍ସବ ଓ ପିତୃମାତୃ ସମ୍ମିଳନୀ

ରାଜ୍ୟ

ଆଗରପଡ଼ା :ସରକାରୀ ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନ ଆଦର୍ଶବାଦୀ ଶିଶୁ ମାନବ ବିକାଶ ମଂଚ ଓଡିଶାର ପଂଚଦଶ ବାର୍ଷିକ ଉତ୍ସବ ଓ ପିତୃମାତୃ ସମ୍ମିଳନୀ ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ସ୍ଥିତ ୧୯୦୫ ମସିହାରେ ପ୍ରତିଷ୍ଠିତ ଗୁରୁକୂଳ ଆଶ୍ରମ ହାଟଡିହି ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅନୁଷ୍ଠାନର ପ୍ରତିଷ୍ଠାତା ସମାଜ ସଂସ୍କାରକ ପଣ୍ଡିତ ବିଜୟ କୁମାର ପାକଳଙ୍କ ତତ୍ୱାବଧାନରେ ଆଦର୍ଶବାଦୀ ଉଚ୍ଚବନବିଦ୍ୟାଳୟ ଛାତ୍ରାବାସ ଆନୁକୂଲ୍ୟରେ ଏବଂ ହାଟଡିହି ଗ୍ରାମର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠିର ମାଆଙ୍କ ପୂର୍ଣ୍ଣ ସହଯୋଗରେ ଆୟୋଜିତ ଏହି ମହୋତ୍ସବରେ ଆଦର୍ଶବାଦୀ ଶିଶୁମାନବ ବିକାଶ ମଂଚ ଓଡିଶା ସମ୍ପାଦିକା ସମାଜସେବୀ ସବିତା ରାଣୀ ପାକଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି କରଞ୍ଜମାଳ ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ବଂଶୀଧର ଦାସ,ମୁଖ୍ୟବକ୍ତା ହାଟଡିହି ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷୟତ୍ରୀ ରାହାସମଣି ଜେନା,ସମ୍ମାନିତ ଅତିଥି ସମାଜସେବୀ ମାଳତୀ ପଣ୍ଡା,ହାଟଡିହି ଅଙ୍ଗନୱାଡି କର୍ମୀ ହିମାନୀ ମିଶ୍ର,ଗଦାଧର ରାଉତ, ଜୟନ୍ତୀ ପଣ୍ଡା, କବିତା ଜେନା, ସୋନାଲି ମହାନ୍ତି, ଗଙ୍ଗାଧର ମହାନ୍ତି, ଆରତୀ ଦାସ, ରମାକାନ୍ତ ଜେନା ପ୍ରମୁଖ ଯୋଗଦେଇ ଶିଶୁ ଦିବସ ଓ ଆଦର୍ଶବାଦୀ ଶିଶୁ ମାନବ ବିକାଶ ମଞ୍ଚର ବାର୍ଷିକ ଉତ୍ସବ ଓ ପିତୃମାତୃ ସମ୍ମିଳନୀ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଖଗେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀ, ବାବା ସାଇରାମ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଆଦର୍ଶବାଦୀ ଉଚ୍ଚ ବନବିଦ୍ୟାଳୟର ଛାତ୍ରବାସର ଲଷ୍ମଣ ଗିରି, ଚନ୍ଦ୍ର ଶେଖର ଦାଶ, ଓମ ପ୍ରକାଶ ଜେନା, ସୁଶାନ୍ତ ରାଉତ, ଜ୍ୟୋତି ପ୍ରକାଶ ଜେନା, ସୂର୍ଯ୍ୟ ପ୍ରକାଶ ଜେନା, ଆଶୁତୋଷ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Shrutilipi ad