Pachika rally

୭ଦଫା ଦାବି ନେଇ ମଧ୍ୟାହ୍ନ ଭୋଜନ ପାଚିକା ମହାସଙ୍ଘ ମୟୁରଭଞ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ରାଜ୍ୟ
  • ପୂରଣ ନ ହେଲେ ବିଧାନସଭା ଘେରାଉ ପାଇଁ ଚେତାବନୀ
ବାରିପଦା : ଆଜି ମଙ୍ଗଳବାର ପୂର୍ବାହ୍ନରେ ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ନିକଟରୁ “ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ”ର ଆନୁକୁଲ୍ୟରେ ମୟୁରଭଞ ଶାଖା ପକ୍ଷରୁ ପାଚିକା ମାନଙ୍କର ମୌଳିକ ସାମ୍ବିଧାନିକ ୭ଦଫା ଦାବି ପୂରଣ ଦାବୀ କୁ ନେଇ ଏକ ବିରାଟ ବିକ୍ଷୋଭ ର‌୍ୟାଲି ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ସଭାପତି  ଜଗେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ବିକ୍ଷୋଭ ର‌୍ୟାଲି  ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ନିକଟରୁ ବାହାରି ବାରିପଦା ମୁଖ୍ୟ ବଜାର ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲା । ଆଜିର ଭିକ୍ଷୋଭ ସମାବେଶରେ ପାଚିକା ମାନଙ୍କ  ପ୍ରତି ଲଗାତାର ଅଣଦେଖା କରାଯାଉଥିବା ନେଇ କ୍ଷୋଭ ପ୍ରକାଶ କରାଯିବା ସଙ୍ଗେ ସଙ୍ଗେ ତୁରନ୍ତ ୭ଦଫା ଦାବି ପୂରଣ ପାଇଁ  ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇାଛି । ଉକ୍ତ ଦାବୀ ଗୁଡିକ ହେଲା (୧) ବିଶେଷକରି ଦୀର୍ଘ ୩୦ବର୍ଷ ଧରି ଶିକ୍ଷା ଭିତ୍ତିଭୂମିର ମଧ୍ୟାହ୍ନଭୋଜନ ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନାରେ କାର୍ଯ୍ୟକରି ଆସୁଥିବା ପାଚିକା ମା’ମାନଙ୍କର ଏ ଯାଏଁ ନିଯୁକ୍ତିପତ୍ର ହୋଇନଥିବା ଯୋଗୁଁ ତୁରନ୍ତ ଏ ଦିଗରେ ସରକାର ପଦକ୍ଷେପ ନେବାକୁ ଦାବି କରାଯାଇଛି । (୨) ସରକାରଙ୍କ ଦ୍ୱାରା ନିଧାର୍ଯ୍ୟ ସର୍ବନିମ୍ନ ମଜୁରୀ ଦୈନିକ ୪୬୨ଟଙ୍କା ହିସାବରେ ପାଚିକା ମା’ ମାନଙ୍କୁ ମାସିକ ୧୩୮୬୦ ଟଙ୍କା ପ୍ରଦାନ କରିବା ପାଇଁ ଦାବି ରଖାଯାଇଛି । (୩) ସ୍କୁଲ ମ୍ୟାନେଜମେଣ୍ଟ କମିଟି ପାଚିକାଙ୍କ ନିଯୁକ୍ତି ଏବଂ ଅବସର କଥାକୁ ବିଚାର କରୁଥିବା ବେଳେ ଉକ୍ତ କ୍ଷେତ୍ରରେ ସରକାର ନିଜେ ଅନ୍ତର୍ଭୁକ୍ତ ରହି ସିଧାସଳଖ ଭାବେ ମା’ ମାନଙ୍କ କଥା ବୁଝିବା ପାଇଁ ଦାବି ରଖାଯାଇଛି । (୪) ଯୋଜନା ଆରମ୍ଭରୁ ଖୁବ୍ କମ୍ ପାରିଶ୍ରମିକରେ କାମ କରିଆସୁଥିବା ମା’ ମାନଙ୍କୁ ସମ୍ମାନ ସ୍ୱରୂପ ତାଙ୍କ ପରିବାରର ଜଣଙ୍କୁ ଉକ୍ତ କ୍ଷେତ୍ରରେ ପୁନଃ ଥଇଥାନ ସହ ଅବସରକାଳୀନ ଭତ୍ତା ସ୍ୱରୂପ ୧ଲ ଟଙ୍କା ପ୍ରଦାନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି । (୫) ଯାହାବି ଦିଆଯାଉଥିବା ପାରିଶ୍ରମିକ କେବେବି ମାସର ପ୍ରଥମ ସପ୍ତାହରେ କିମ୍ବା ସଠିକ୍ ସମୟ ସୂଚୀରେ ଦିଆଯାଉନଥିବା ବେଳେ ମାଆମାନଙ୍କର ପାରିଶ୍ରମିକ ମାସର ପ୍ରଥମ ସପ୍ତାହରେ ଦେବାପାଇଁ ଦାବି କରାଯାଇଛି । (୬) ସମସ୍ତ କ୍ଷେତ୍ରରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ୧୨ ମାସର ଦରମା ଦିଆଯାଉଥିବା ବେଳେ ପାଚିକା ମାଆମାନଙ୍କୁ ୧୦ ମାସର ଦରମା ଦିଆଯାଉଥିବା ଯୋଗୁଁ ତାହାକୁ ପରିବର୍ତ୍ତନ କରି ୧୨ ମାସର ଦରମା ପ୍ରଦାନ କଥା ମଧ୍ୟ ଦାବି କରାଯାଇଛି । (୭) ମା’ ମାନଙ୍କ ସାମାଜିକ ସ୍ୱୀକୃତି ସ୍ୱରୂପ ଉକ୍ତ କାର୍ଯ୍ୟକ୍ଷେତ୍ରର ବୈଦ୍ଧ ପରିଚୟ ପତ୍ର ପ୍ରଦାନ କରାଯାଉ ।
ଆଗାମୀ ଶୀତକାଳୀନ ଅଧିବେଶନ ପୂର୍ବରୁ ଏ ସମସ୍ତ ଦାବୀକୁ  ପୂରଣ କରିବା ପାଇଁ ସରକାର ଙ୍କୁ ଆଜିର ବିକ୍ଷୋଭ ସମାବେଶ ଜରିଆରେ ଅନୁରୋଧ କରାଯାଇଛି । ଏ ସମ୍ପର୍କରେ ଆଜି ବାରିପଦା ଠାରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସହିତ ସାକ୍ଷାତ ଆଲୋଚନା କରି ଦାବି ପତ୍ର ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ତୁରନ୍ତ ଉପରୋକ୍ତ ଦାବୀଗୁଡିକ ପୁରଣ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । କାରଣ ପାଚିକା ମାନଙ୍କର ଅଜ୍ଞତାର ସୁଯୋଗ ନେଇ ବାରମ୍ବାର ଦାବି ଗୁଡିକୁ ଅଣଦେଖା କରିବା ସହିତ ପାଚିକା ମାଆ ମାନଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ବିଷୟ ସମ୍ପର୍କରେ ଅବଗତ କରାଯାଇଅଛି । ଏଥି ସହିତ  ସରକାର ପାଚିକା  ମାନଙ୍କର କାମ କରୁଥିବା ୩ ମାସର ପାରିଶ୍ରମିକକୁ ଶିଘ୍ର ପ୍ରଦାନ କରିବାକୁ ଦାବୀ କରାଯାଇଛି । ଯଦି ଦାବୀ ଗୁଡିକ ଚଳିତ ମାସ ଭିତରେ ସମାଧାନ କରା ନଯାଏ ତା ହେଲେ ଆଗାମୀ ଡିସେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ଅଧିବେଶନ ଅବସରରେ ବିଧାନସଭା ଆଗରେ ବିରାଟ ବିକ୍ଷୋଭ ସମାବେଶ କରି ରୋଷେଇ ଛାଡ ଅଭିଯାନ କରିବା ପାଇଁ ଚେତାବନୀ  ଦିଆଯାଇଅଛି । ଆଜିର ଏହି ବିକ୍ଷୋଭ ସମାବେଶରେ  ମୁଖ୍ୟ ଉପଦେଷ୍ଠା ପ୍ରଦୀପ କୁମାର ନାୟକ, ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ, କାର୍ଯ୍ୟକାରୀ ସଭାନେତ୍ରୀ ସରୋଜିନ କୁମୁରା, ରାଜ୍ୟ ଉପ-ସଭାନେତ୍ରୀ ଶାନ୍ତି ଲୋହାର, ରାଜ୍ୟ ସାଧାରଣ ସମ୍ପାଦିକା ସୁମିତ୍ରା ରଥ, ରାଜ୍ୟ ସମ୍ପାଦକ ଜଗନ୍ନାଥ ମୁଦୁୁଲି, ରାଜ୍ୟ ସଂଯୋଜକ ବିଜୟ ରଥ, ରାଜ୍ୟ ସମ୍ପାଦିକା ସଞ୍ଜୁଲତା ବିଶ୍ୱାଳ, ମୟୂରଭଞ୍ଜ ଜିଲ୍ଲା-ସାଧାରଣ ସମ୍ପାଦିକା ଲୀଳାବତି ମହାନ୍ତ, ମୟୂରଭଞ୍ଜ ଜିଲ୍ଲା ସଭାନେତ୍ରୀ ଗେଲିମଣି ବଗାଳ, କଷାଧ୍ୟକ ମୟୂରଭଞ୍ଜ ସୁଭଦ୍ରା ସିଂ, ସହ-ସମ୍ପାଦିକା ମୟୂରଭଞ୍ଜ ଚାନ୍ଦିନୀ ମହାନ୍ତ, ଜିଲ୍ଲା ସମ୍ପାଦିକା, ମୟୂରଭଞ୍ଜ ମନୋରମା ବାରିକ ସହିତ ବହୁତ ପାଚକ ପାଚିକା କର୍ମୀ ଉପସ୍ଥିତ ଥିଲେ ।
Shrutilipi ad