Photo for the news of enduri pitha

ଆଜି ପ୍ରଥମାଷ୍ଟମୀ, ସମୟଚକ୍ରରେ ହଜିଯାଉଛି ଏଣ୍ଡୁରି ପିଠା

ରାଜ୍ୟ

ଆଗରପଡ଼ା :ଓଡ଼ିଆ ସଂସ୍କୃତି ଓ ପରମ୍ପରାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ପ୍ରଥମାଷ୍ଟମୀ । ପରିବାରର ଜ୍ୟେଷ୍ଠ ସନ୍ତାନଙ୍କ ପାଇଁ ପାଳନ କରାଯାଇଥିବା ଏହି ପର୍ବର ଅନ୍ୟତମ ଆକର୍ଷଣ ହେଲା ଏଣ୍ଡୁରି ପିଠା । ଏହାର ସ୍ୱତନ୍ତ୍ରତା ହେଉଛି ଏଥିରେ ହଳଦୀପତ୍ର ବ୍ୟବହାର କରାଯାଇଥାଏ । କିନ୍ତୁ ଆଜିର ଏହି ଆଧୁନିକ ଦୁନିଆଁରେ ହଜିଯାଉଛି ବହୁ ପରମ୍ପରା । ସେଥି ମଧ୍ୟରେ ହଳଦୀପତ୍ରରେ ପ୍ରସ୍ତୁତ ଏଣ୍ଡୁରି ପିଠା ଆଉ ଦେଖିବାକୁ ମିଳୁ ନାହିଁ । ମାର୍ଗଶିର ମାସରେ ପ୍ରଥମାଷ୍ଟମୀ ପଡ଼ୁଥିବାରୁ ହଳଦୀପତ୍ରରେ ପ୍ରସ୍ତୁତ ଏହି ପିଠା ସ୍ୱାସ୍ଥ୍ୟ ପ୍ରତି ଉପାଦେୟ ହୋଇଥାଏ । ଏହି ଦିନ ଗାଁଗଣ୍ଡାରେ ଘରେ ଘରେ ହଳଦୀପତ୍ର ଉପରେ ଉଆପଖିଆ ଚାଉଳ, ବିରିରେ ପ୍ରସ୍ତୁତ ପିଠୋଉକୁ ନଡ଼ିଆପୁର, ଛେନାପୁର, ଖସାପୁର ଦିଆଯାଇ ଗୋଟିଏ ହାଣ୍ଡିର ମୁହଁରେ କନା ବାନ୍ଧି ତାକୁ ଚୁଲି ଉପରେ ରଖାଯାଇ ଯେଉଁ ପିଠା ପ୍ରସ୍ତୁତ କରାଯାଇଥାଏ ତାକୁ ଏଣ୍ଡୁରି ପିଠା କୁହାଯାଇଥାଏ । ଏବଂ ତାକୁ ଅଥାର କୁହାଯାଇଥାଏ । ହଳଦୀ ପତ୍ର ଦ୍ୱାରା ସିଝା ଯାଇ ଏହି ପିଠା ପ୍ରସ୍ତୁତ ହୋଇଥିବାରୁ ଏହା ସ୍ୱାସ୍ଥ୍ୟ ପ୍ରତି ହିତକାରକ ହୋଇଥାଏ । କିନ୍ତୁ ସମୟ ଚକ୍ରରେ ଆଧୁନିକ ମଣିଷ ହଜାଇ ଦେଉଛି ଏଣ୍ଡୁରି ପିିିିିିିିିିିିିିିିିିିିିିିିିିଠାକୁ ଓ ଆପଣେଇ ଚାଲିଛି ଓଭାନ୍ ଓ ଉଡ଼ଲି ଛାଞ୍ଜରେ ପ୍ରସ୍ତୁତ ଇଡ଼ଲି ପିଠା ଓ ବିରି ପିଠାକୁ । ଫଳରେ ହଜିଯାଉଛି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ।

Shrutilipi ad