Img 20251110 wa0202

ତ୍ରି-ଦିବସୀୟ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା “ପ୍ରଗତି” ଅନୁଷ୍ଠିତ

ରାଜ୍ୟ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ, ରରୁଆଁରେ ପ୍ରଧାନଶିକ୍ଷକଙ୍କ ବୃତ୍ତିଗତ ବିକାଶ ନିମନ୍ତେ  ୧ମ ପର୍ଯ୍ୟାୟ ତ୍ରି-ଦିବସୀୟ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ କର୍ମଶାଳା “ପ୍ରଗତି”  ଅନୁଷ୍ଠିତ ହୋଇଯାଇଛି I ଏଥିରେ ରରୁଆଁ ବ୍ଲକର ୫୫ ଜଣ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ | ଏହି ତିନିଦିନିଆ କର୍ମଶାଳାଟି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜର ଶିକ୍ଷକ-ପ୍ରଶିକ୍ଷକ ତଥା ଡାଏଟ-ସିଆରସି ସଂଯୋଗ ସହ-ସଂଯୋଜକ, ରରୁଆଁ ସଂଜୀବ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟନୀ ଦିବସରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ରନାଥ ରାଉତ, ସରକାରୀ ଉଚ୍ଚ ବିଦ୍ୟାଳୟ, ରରୁଆଁର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଞ୍ଜନ୍ କୁମାର ପାତ୍ର, ସି.ଆର.ସି.ସି. ପଙ୍କଜ କୁମାର ମହାନ୍ତ, ସି.ଆର.ସି.ସି. କ୍ଷୀତିଶ ଚନ୍ଦ୍ର ମହାନ୍ତ ଏବଂ ସମସ୍ତ ସାଧନ କର୍ମୀ ଉପସ୍ଥିତ ଥିଲେ । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜର ଶିକ୍ଷକ-ପ୍ରଶିକ୍ଷକ ତଥା ସାଧନ-କର୍ମୀ ସାଗର କୁମାର ଦଳନାଏକ, ଶିକ୍ଷକ-ପ୍ରଶିକ୍ଷକ ସଂଜୀବ କୁମାର ପାତ୍ର, ସାଧନ-କର୍ମୀ ଭରତ ଚନ୍ଦ୍ର ମହାନ୍ତ ଏବଂ ସାଧନ-କର୍ମୀ ସଂଜୀବ କୁମାର ବେହେରାଙ୍କର ଦ୍ୱାରା ତିନିଦିନଧରି କର୍ମଶାଳାଟି ସୂଚାରୁରୂପେ ପରିଚାଳିତ ହୋଇଥିଲା l ପ୍ରଶିକ୍ଷଣ ପେଟିକାଟି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ବୃତ୍ତିଗତ ବିକାଶ, ଜାତୀୟ ଶିକ୍ଷା ନୀତି – ୨୦୨୦ ର ପୁନର୍ବଳନ, ସାମଗ୍ରିକ ବିଦ୍ୟାଳୟ ବିକାଶ ପାଇଁ ୭ଟି ପରିସର ଚିହ୍ନଟକରଣ, ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନେତୃତ୍ଵର ଗୁଣାତ୍ମକ କୌଶଳ ବିକାଶ, ଉପଲବ୍ଧ ସମ୍ବଳର ଆକଳନ ପାଇଁ ସାଧନୀ ପ୍ରସ୍ତୁତିକରଣ, ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଉପରେ ପର୍ଯ୍ୟବେସିତ ହୋଇଥଲା I
Shrutilipi ad