Naveen patnaik 1762366154163

ସାଇଲେନ୍ସ ପିରିୟଡର ଉଲ୍ଲଂଘନ ଅଭିଯୋଗ, ଇସିଆଇଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ

ରାଜ୍ୟ

ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନରେ ଇସିଆଇଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ ।  କହିଲେ ନୂଆପଡାରେ ସାଇଲେନସ ପିରିୟଡର ଉଲ୍ଲଂଘନ ହେଉଛି ।  ନୂଆପଡ଼ା ବାହାରୁ ଭାରତୀୟ ଜନତା ପାର୍ଟିର ନେତା ଏବଂ କର୍ମୀମାନେ ଅବାଧରେ ବୁଲୁଛନ୍ତି। ଅନୁଚିତ ଉପାୟରେ ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ନବୀନ ପଟ୍ଟନାୟକ। ତେଣୁ ଭାରତୀୟ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ ଦଳ ନେତା। ବିଶେଷ କରି ୪୮ ଘଣ୍ଟିଆ ସାଇଲେନ୍ସ ପିରିୟଡକୁ କଡ଼ାକଡ଼ି ଲାଗୁ କରିବା, ସ୍ଥାନୀୟ ରାଜନେତାଙ୍କୁ ଛାଡି ବାହାର ନେତା ନୂଆପଡ଼ା ଛାଡିବା, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ନିରପେକ୍ଷ ଭାବେ କାମ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ନିର୍ବାଚନ କମିଶନଙ୍କୁ ଅପିଲ କରିଛନ୍ତି ନବୀନ।

Shrutilipi ad