ବାରିପଦା : ସ୍ଥାନୀୟ ଭଂଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୫ମ ସନ୍ଧ୍ୟାରେ ଗୁଡ୍ଡୁ ଡ୍ୟାନ୍ସ ଗ୍ରୁପ ଓ କରଞ୍ଜିଆର ଚାରୁ ଡ୍ୟାନ୍ସ ଏକାଡେମୀର ଝୁମର, ଆଧୁନିକ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା I ପରେ ପରେ ଡ୍ରପ ବିଟ ଡ୍ୟାନ୍ସ ସ୍ଟୁଡ଼ିଓ ର କଳାକାର ମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଏବଂ ଓଡିଶା ମୁଣ୍ଡାରୀ ସ୍ଟୁଡେଣ୍ଟସ ଏସୋସିଏସନ ଦ୍ୱାରା ପରିବେଷିତ ମୁଣ୍ଡାରୀ ସାମ୍ପ୍ରଦାୟର ନୃତ୍ୟ ଗୀତରେ ପଡିଆ ଦୁଲୁକିଥିଲା I ସାସ୍କୃତିକ ସମ୍ପାଦକ କିଶୋର ପଲେଇଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ସୋମନାଥ ସିଂହ, ପ୍ରିତମ ପଣ୍ଡା, ଆନିଶ ମିଶ୍ର, ଆଲୋକ ବାରିକ ଓ ପ୍ରତୀକ ବାରିକ ପରିଚାଳନା କରିଥିଲେ I ଆସନ୍ତା କାଲି ମୟୁରଭଞ୍ଜ ଆର୍ଟ ଫାଉଣ୍ଡେସନ, ମୁଦ୍ରାକଳା ଏକାଡେମୀ, ଶାନ୍ତି ଆର୍ଟ ସ୍କୁଲର କାର୍ଯ୍ୟକ୍ରମ ପରେ ମୟୁରଭଞ୍ଜ ଆଦିବାସୀ ସ୍ଟୁଡେଣ୍ଟସ ଏସୋସିଏସନର କାର୍ଯ୍ୟକ୍ରମ ରହିଛି ବୋଲି ସାଂସ୍କୃତିକ ସମ୍ପାଦକ ଶ୍ରୀ ପଲେଇ ଜଣାଇଛନ୍ତି I ତତସହିତ ମେଳା ପଡିଆରେ କମିଟି ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି I ବହୁ ସଂଖ୍ୟାରେ ରକ୍ତଦାନ କରିବାକୁ କମିଟି ତରଫରୁ ଅନୁରୋଧ କରାଯାଇଅଛି.

