Gggq

ରାସ୍ତା ଦୁର୍ଘଟଣାରେ ସ୍ୱାମୀ, ସ୍ତ୍ରୀ  ଓ ଝିଅ ଗୁରୁତର

ରାଜ୍ୟ
ବାରିପଦା:  ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର- ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର  ରାସ୍ତା ଭାଲୁବସା – ନାଉଯୋଡା ମଝିରେ ଵିଶୋଇ ବ୍ଲକ ର  ବରିଷ୍ଠ ସାମ୍ବାଦିକ ଅନଓ୍ଵାର ହୁସେନ(୫୮) ବାଇକରେ ତାଙ୍କ ପତ୍ନୀ  ପ୍ରିୟା ବିବି(୪୫)ଓ ଝିଅ ସାଫିନା ପରବିନ୍ ସହିତ ହାଟଵାଦଡାରୁ ବିଶୋଇ ଫେରୁଥିବାବେଳେ ହଠାତ୍ ଏକ ବାଛୁରୀ ଦୃତ ଗତିରେ ରାସ୍ତା ପାରୋଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ଉପରେ‌ ଛିଟିକି ପଡ଼ିଥିଲେ । ଫଳରେ ସମସ୍ତେ ଗୁରୁତର ଆହତ ହୋଇଛନ୍ତି l ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର‌  ହସ୍ପିଟାଲକୁ ଅଣା ଯାଇଥିଲା ।ସେଠାରେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି  । ଖବରପାଇ ସାମ୍ବାଦିକମାନେ ତାଙ୍କୁ ସାକ୍ଷାତ କରିବା ସହ ପରିବାରଵର୍ଗ ଙ୍କ ଶିଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
Shrutilipi ad