ବାରିପଦା: ନୁଆଦିଲ୍ଲୀ ପୁରୁଣା କଂଗ୍ରେସ ମୁଖ୍ୟାଳୟ ଠାରେ ସର୍ବଭାରତୀୟ ଅଧ୍ୟକ୍ଷ ଡାକ୍ତର ବିକ୍ରାନ୍ତ ଭୁରିଆ-,ଅଲ ଇଣ୍ଡିଆ ଆଦିବାସୀ କଂଗ୍ରେସ କମିଟି ସହିତ ଆଦିବାସୀ ହୋ-ଭାଷା କ୍ରିୟାନୁଷ୍ଠାନ କମିଟିର ୧୨ଜଣିଆ ପ୍ରତିନିଧିମଣ୍ଡଳି କଂଗ୍ରେସ ମୁଖ୍ୟାଳୟ ୨୪-ଆକବର ରୋଡ଼ ନୂଆ ଦିଲ୍ଲୀରେ ସାକ୍ଷାତ କରି ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଶାମିଲ କରାଇବା ପାଇଁ ଏକ ଦାବି ପତ୍ର-ପ୍ରଦାନ କରିଥିଲେ ଏବଂ ଆଗାମୀ ଲୋକସଭା ଅଧିବେଶନ ସତ୍ରରେ ଆଦିବାସୀ ହୋ ଭାଷାକୁ ଲୋକସଭାରେ କଂଗ୍ରେସ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଜୀ ଙ୍କ ଦ୍ୱାରା ସଦନ ରେ ରଖିବା ପାଇଁ ଭାଷା କ୍ରିୟାନୁଷ୍ଠାନ କମିଟି ଦ୍ୱାରା ନିବେଦନ କରିଥିଲେ। ଏହି ବିଷୟରେ ବିଶେଷ ଆଲୋଚନା ପାଇଁ ଆଦିବାସୀ ହୋ-ସାମାଜର ପ୍ରତିନିଧି ମାନେ ରାହୁଲ ଗାନ୍ଧିଜୀଙ୍କୁ ସାକ୍ଷାତ କରିବାକୁ ସମୟ ଦେବା ପାଇଁ ଅନୁରୋଧ କରିଥିଲେ। ଆଦିବାସୀ କଂଗ୍ରେସର ଜାତୀୟ ଅଧ୍ୟକ୍ଷ ବିକ୍ରାନ୍ତ ଭୁରିଆ ଜନନାୟକ ରାହୁଲ ଗାନ୍ଧିଜୀଙ୍କୁ ଏହ ବିଷୟରେ ନିଶ୍ଚିତ ଅବଗତ କରାଇବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ ।
ଏହି ପ୍ରତିନିଧି ଦଳରେ ଓଡିଶା ଆଦିବାସୀ କଂଗ୍ରେସର ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି , ଓଡିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ଫାଦକ ଲକ୍ଷ୍ମୀଧର ସିଂ ତିୟୁ, ନରାନ ପୂର୍ତି, ରାଜ୍ୟ ସମ୍ଫାଦକ ହୋ-ଭାଷା କ୍ରିୟାନୁଷ୍ଠାନ କମିଟି, ଲେବେନ୍ଦ୍ର ହେମ୍ବ୍ରମ, ଗୋପାଳ ଚନ୍ଦ୍ର ଗାଗରାଇ, ଉମେଶ ଚନ୍ଦ୍ର ବୁଦୁଲି ସଦସ୍ୟ ତଥା ଶ୍ରୀ ଈପିଲ ସାମଡ ସଭାପତି, ଆଦିବାସୀ ହୋ-ସମାଜ ଯୁବ ମହାସଭା, ଚାଇଁବାସା, ହୋ- ସାହିତ୍ୟିକାର ଜବାହରଲାଲ ବାଙ୍କିରା ଓ ଅଧ୍ୟକ୍ଷ ଆଦିବାସୀ ହୋ-ଭାଷା ଲେଖକ ସଂଘ, ଏବଂ ଯଦୁନାଥ ତିୟୁ, ପୂର୍ବତନ ସାଧାରଣ ସମ୍ପାଦକ, ଆଦିବାସୀ ହୋ ସମାଜ ମହାସଭା, ଜଗନ୍ନାଥ ହେସା ଯୁଗ୍ମ ସଚିବ ଅଲ୍ ଇଣ୍ଡିଆ ହୋ ଭାଷା କ୍ରିୟାନୁଷ୍ଠାନ କମିଟି, ଓ ପାର୍ବତୀ ପୂର୍ତି ଙ୍କ ସମେତ ଓଡିଶା ମହିଳା କଂଗ୍ରେସ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

