ବାରିପଦା- ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆସେକା ପରିସରରେ ପ୍ରଥମ ଥର ପାଇଁ ଆଜି ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ,ସମ୍ମାନୀତ ଅତିଥି ପ୍ରାକ୍ତନ ରାଜ୍ୟ ବିଜେପି ନବୀନ ରାମ,ସମ୍ମାନିତ ଅତିଥି ମୟୂରଭଂଜ ସାଂସଦ ପ୍ରତିନିଧି ମନୋଜ ଦାସ,ରାଇରଙ୍ଗପୁର ବ୍ଳକରଭାରାପ୍ରାପ୍ତ ଵିଡିଓ ଭାଗବତ ପ୍ରସାଦ ମହାପାତ୍ରସଭାପତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ାଃ ରମଣୀ ରଞ୍ଜନ ବିଶ୍ବାଳ,ସମ୍ମାନିତ ଅତିଥି ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ମାନସ ରଞ୍ଜନ ସାହୁ,ବନଖଣ୍ଡ ଅଧିକାରୀ ସୁବ୍ରତ ପାତ୍ର,ସମ୍ମାନିତ ଅତିଥି ଡ଼ାଃ ସୁଶାନ୍ତ କୁମାର ସିଂହ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ଶିକ୍ଷାବିତ୍ ରଞ୍ଜନ ନନ୍ଦ ମଂଚ ପରିଚାଳନା କରିଥିଲେ ।ମୁଖ୍ୟ ଅତିଥି ନବ ଚରଣ ମାଝି କହିଥିଲେ ଚାଷୀ ହସିଲେ ପରିବାର ହସିବ, ଗାଁ ହସିବ,ରାଜ୍ୟ ହସିବ,ଦେଶ ହସିବ । ସେ କହିଥିଲେ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ।ଆଜିର ପ୍ରତିଯୋଗୀ ଦୁନିଆଁରେ ସମସ୍ତଙ୍କ ପାଇଁ ସରକାରୀ ଚାକିରୀ ନାହିଁ ।ତେଣୁ ସମସ୍ତଙ୍କୁ ତଥା ଥିଲା ଵାଲା ନ ଥିଲା ବାଲା ଆତ୍ମ ନିର୍ଭରଶୀଳ ହେବା ଉଚିତ ।ସରକାର କୃଷକ ସଶକ୍ତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।କୃଷି ଯେ କେବଳ ଧାନ ଚାଷ ତାହା ନୁହେଁ ।ଧାନ,ପନିପରିବା,ରବି ଚାଷ,ଡାଲି ଜାତୀୟ ଚାଷ, ଛତୁ ଚାଷ,ମତ୍ସ୍ୟ ଚାଷ,ଗୋପାଳନ, ଛେଳି,ମେଣ୍ଢା,କୁକୁଡା,ବତକ,ଫୁଲ ଚାଷ,ମହୁଚାଷ,ଟସର ଚାଷ,ମାଣ୍ଡିଆ ଚାଷ ଇତ୍ୟାଦି ।ଏହି ଚାଷରେ ସରକାର ବିହନ,ସାର,କୀଟନାଶକ, ମଣ୍ଡିରେ କ୍ରୟ ବିକ୍ରୟ, ସଵସିଡକୃଷିଯନ୍ତ୍ରପାତି ,କୃଷି ଋଣ,କୃଷି ବୀମା,ପ୍ରଧାନମନ୍ତ୍ରୀ ଫସଲ ବୀମା ,ମାଗଣାରେ ମାଛ ଯାଆଁଳ,,ପୋଖରୀ ଖନନ,କାମଧେନୁ ଯୋଜନାରେ ଗାଈ ଵଣ୍ଟନଇତ୍ୟାଦି ବ୍ୟବସ୍ଥା କରାଯାଇଛି ।ତେଣୁ ଆଜିର ଶିକ୍ଷିତ ଯୁବକମାନେ ଚାକିରୀ ପଛରେ ନ ଗୋଡ଼ାଇ ନିଜ ଘରେ ରହି ନିଜ ବିଲରେ ଅଂଚଳର ଆବଶ୍ୟକତାକୁ ନେଇ ପ୍ରକଳ୍ପ ପ୍ରସ୍ତୁତ କର। ସରକାରଙ୍କ ସବୁ ବିଭାଗ ଆପଣମାନଙ୍କ ଘର ପାଖରେପହଞ୍ଚି ବୈଷୟିକ ଜ୍ଞାନ ଦେବେ ।କ୍ଷୁଦ୍ର ଚାଷୀ ଠାରୁ ବଡ଼ ଚାଷୀ ଉପକୃତ ହେବେ ।ବଜାର ଦରସଵୁବେଳେ ଠିକ୍ ଅଛି ।ଯୁବକମାନେ ଵାହାର ରାଜ୍ଯକୁ ନ ଯାଇ ନିଜ ଘର ପାଖରେ ଚାଷ କରି ଆତ୍ମ ନିର୍ଭରଶୀଳ ହେବ ।
ଏହି ମେଳାରେ ସ୍ଵୟଂସହାୟିକା ଗୋଷ୍ଠୀ ତରଫରୁ ବିଭିନ୍ନ ଉତ୍ପାଦିତ ସାମଗ୍ରୀ ଷ୍ଟଲ ଯଥା ଧୂପ,ବାଉଁଶ କାରିଗର,ବିଭିନ୍ନ ସରକାରୀ ବିଭାଗ ମତ୍ସ୍ୟ,ଉଦ୍ଯାନ,କୃଷି ,ପ୍ରାଣୀ ବିଭାଗ ତରଫରୁ ଷ୍ଟଲ କରାଯାଇଥିଲା ।ଚାଷୀମାନେ ଵୁଲି ବୁଲି ଷ୍ଟଲ ଦେଖିଵା ସହ ବୁଝିଥିଲେ ।ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଭିନ୍ନ ବିଭାଗର ବରିଷ୍ଠ ସାଇଣ୍ଟିଷ୍ଟ ମାନେ ଚାଷୀଙ୍କ ସହ ଆଲୋଚନା କରି ବିଷୟ ସମ୍ବନ୍ଧୀୟ ଜ୍ଞାନ ଦେଇଥିଲେ । ଅତିଥିଗଣ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ସଫଳ ଚାଷୀ ଡମ୍ବରୁଧର ମହାନ୍ତ,ଅନିରୁଦ୍ଧ ଗିରି, ଲକ୍ଷ୍ମଣ ମାଝୀ,ମା’ ଗଜଲକ୍ଷ୍ମୀ ସ୍ଵୟଂସହାୟିକା ଗୋଷ୍ଠୀ,ସମେତ ଅନ୍ୟ ସଫଳ ଚାଷୀଙ୍କୁ ସଦସ୍ୟମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ତଦସହ ପୋଖରୀ ଖନନ,ଗୋପାଳନ ପାଇଁ କାର୍ଯ୍ଯାଦେଶ ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମ ପରିଚାଳନାରେ ରାଇରଙ୍ଗପୁର ବ୍ଳକ ପ୍ରାଣୀ ଚିକିତ୍ସାଧିକାରୀ ଡ଼ାଃ ଗୌତମ କମିଳା, ପ୍ରାଣୀ ଚିକିତ୍ସକ ଡାଃ ଶୁଭେନ୍ଦୁ ଶେଖର ସାହୁ, ପ୍ରାଣୀ ଚିକିତ୍ସକ ଡ଼ାଃ ଜ୍ୟୋତିରଞ୍ଜନ ମହାନ୍ତ, ପ୍ରାଣୀ ଚିକିତ୍ସକ ଡ଼ାଃ ନିମାଇଁ ମୁର୍ମୁ, ଡିଅଇଓ ଆକାଶ ରାୟ,ଦେବାଶିଷ ମହାନ୍ତ, ରାଇରଙ୍ଗପୁର ଵ୍ଳକ ମତ୍ସ୍ଯ ବିଭାଗ ଅଧିକାରୀଣୀ ଶ୍ରଦ୍ଧାଞ୍ଜଳି ସାହୁ, ବିଜାତଳା ଏଏଫଓ ସ୍ୱାଗତିକା ସାହୁ, ବିଶୋଇ ଏଏଫଓ ସୁମିତ ମଲ୍ଲିକ ଙ୍କ ସମେତ ସମସ୍ତ ଷ୍ଟାଫ୍ ସହଯୋଗ କରିଥିଲେ ।

