Detain jail

ପତ୍ନୀ ହତ୍ୟାକାରୀ କୁ ସାତ ବର୍ଷ ସଶ୍ରମ କାରାଦଣ୍ଡ

ରାଜ୍ୟ

ବାରିପଦା- ଆଜି ଏକ ହତ୍ୟା ମାମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ଦ୍ୱିତୀୟ ) ସୁମନ କୁମାର ମିଶ୍ର ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ସୀତୁଣ୍ଡି ଗ୍ରାମର ବାପି ବିନ୍ଧାଣି (35) କୁ ଦଫା 304 ପାର୍ଟ 2 ଅନୁଯାୟୀ ସାତ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ମାମଲାର ବିବରାଣୀ ରୁ ପ୍ରକାଶ ଯେ ଅଭିଯୋଗକାରୀ ଗୁରୁବାରୀ ବାସ୍କେ ବାରିପଦା ଟାଉନ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ ମାଇନା କିସ୍କୁ ତାର ଦ୍ୱିତୀୟ ସ୍ୱାମୀ ଅଭିଯୁକ୍ତ ବାପି ବିନ୍ଧାଣି ସହିତ ବାରିପଦା ଟାଉନ ଥାନା ଅନ୍ତର୍ଗତ କାଳିକାପୁର ଅଞ୍ଚଳରେ ତାଙ୍କ ଘର ପାଖରେ ଅନ୍ୟ ଏକ ଘରେ ରହିଆସୁଥିଲେ l ମାତ୍ର ବାପି ପ୍ରାୟ ସବୁବେଳେ ସ୍ତ୍ରୀ ମାଇନା କୁ ପିଟାମରା କରେ l 8-2-2024 ରିଖ ସିନ୍ଧ୍ୟାବେଳେ ମାଇନା ଘର ବାରଣ୍ଡରେ ଚାହା ବନାଉ ଥିବାବେଳେ ବାପି ତାଙ୍କୁ ଘର ଭିତରକୁ ଘୋଷାରି ନେଇ ପିଟିବା ସହ ମୁଣ୍ଡରେ ଆଘାତ କରିଥିଲା l ଫଳରେ ମାଇନା ଗୁରୁତର ଆହତ ହୋଇ ଘର ଭିତରେ ପଡିରହିଥିଲା l ଏ କଥା ଜାଣିବା ପରେ ଅଭିଯୋଗକାରୀ ଗୁରୁବାରୀ ତାଙ୍କୁ ଡାକ୍ତରଖାନା ନେବାକୁ ଚେଷ୍ଟା କରିଥିଲେ l ମାତ୍ର ଅଭିଯୁକ୍ତ ବାପି ଗୁରୁବରୀ ଙ୍କୁ ଘର ଭିତରକୁ ପଶାଇ ଦେଇ ନଥିଲା l ତହିଁ ପରଦିନ ସକାଳୁ ଘର ଭିତରକୁ ଯାଇ ଦେଖିବା ବେଳକୁ ମାଇନା ର ମୃତ୍ୟୁ ଘଟିସାରିଥିଲା l ଏ ବାବଦରେ ବାରିପଦା ଟାଉନ ଥାନାରେ କେସ ନମ୍ବର 62/9-2-2024 ରେ ଏକ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ କୁ ତହିଁ ପରଦିନ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଡାଲତ ପକ୍ଷରୁ ସମସ୍ତ 17 ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଏହି ମାମଲାକୁ ସରକାରଙ୍କ ତରଫରୁ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ପରିଚାଳନା କରୁଥିବାବେଳେ ମୟୁରଭଞ୍ଜ ଜିଲ୍ଲା ଅଭିଯୋଗକ ନିର୍ଦେଶାଳୟ ତରଫରୁ ଉକ୍ତ କେସ କୁ ନିରୀକ୍ଷଣ କରାଯାଉଥିଲା l

Shrutilipi ad