Img 20251030 wa0241

ଭଂଜପୁର ଜଗଦ୍ଧାତ୍ରୀ ମା’ ଙ୍କ ପୂଜା ଅବସରରେ ଘଟ ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜ୍ୟ
ବାରିପଦା : ସ୍ଥାନୀୟ ଭଂଜପୁର ଠାରେ ମା’ ଜଗଦ୍ଧାତ୍ରୀଙ୍କ ୭୩ ତମ ପୂଜା ଅବସରରେ ଘଟ ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆଜି ଅପରାହ୍ନ ୪ ଟା ସମୟରେ ବେଲଗଡ଼ିଆ ନିକଟସ୍ଥ ଚିପଟ ନଦୀରୁ ଵିଧି ବିଧାନ ଅନୁସାରେ ଘଟ ଉତ୍ତୋଳନ କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ସହର ଓ ସାହି ପରିକ୍ରମା କରି ପୂଜା ମଣ୍ଡପରେ ପହଞ୍ଚିଥିଲା I ଏହି ଘଟ ଉତ୍ତୋଳନ ଶୋଭାଯାତ୍ରାରେ ପୁରୀ ରଥଯାତ୍ରାର ଘୋଷ ଘଣ୍ଟୁଆ ଦଳ, ଗଞ୍ଜାମ ଜିଲ୍ଲାର ଯୋଡ଼ି ଶଙ୍ଖ ଦଳ, ସମ୍ବଲପୁରର ସିଂହ ବାଜା, ଖୋର୍ଦ୍ଧା ଜିଲ୍ଲାର ଘୋଡାନାଚ, ମୟୁରଭଞ୍ଜର ଛଉ ବାଜା ଓ ସୋରିଷକୋଠି ଅଂଚଳର ସଂକୀର୍ତନ ଦଳ, ପଶ୍ଚିମବଙ୍ଗ ମେଦିନୀପୁରର ଢାକ ବାଜା ତଥା ବାରିପଦା ବ୍ରାହ୍ମଣ ସମାଜ ଦ୍ୱାରା ସଂସ୍କୃତରେ ବେଦ ପାଠ ଦଳ ସାମିଲଥିଲେ I ମା’ ଙ୍କ କଳସ ମୁଣ୍ଡାଇଥିଲେ ଅବନୀ ଶଙ୍କର ଷଡ଼ଙ୍ଗୀ, ସଂକଳ୍ପ କାର୍ଯ୍ୟ ମଣ୍ଟୁ ନନା ଓ ବାବୁଲି ନନା ସମ୍ପାଦନ କରିଥିଲେ I ରାତ୍ର ୯ଟା ରୁ ଗୋଟେ ମଧ୍ୟରେ ମା’ ଙ୍କର ପୂଜାଵିଧି ସମ୍ପନ୍ନ ହେବବୋଲି ପୂଜକ ସମ୍ପଦ ନନା ଜଣାଇଛନ୍ତି I ଶୋଭାଯାତ୍ରା ଦାୟିତ୍ୱରେ ଥିବା ଋଷିରାଜ ପଟ୍ଟନାୟକ ଓ ପ୍ରମୋଦ ମହାନ୍ତିଙ୍କ ସମେତ ଏହି ଶୋଭାଯାତ୍ରାରେ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ I
Shrutilipi ad