00

ମିଶର ନରସିଂହପୁର ଗ୍ରାମରେ ବଜ୍ରପାତରେ ହୁତୁହୁତୁ ହୋଇ ଜଳିଗଲା ଚାଳଘର

ରାଜ୍ୟ

କେନ୍ଦ୍ରାପଡା ( ବିକାଶ ବେହେରା) :  ଗତ ମଙ୍ଗଳବାର ଦିନ ପ୍ରାୟ ସାଢେ ୧୧ଟା ସମୟରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀ, କୁଦାନଗରୀ ଥାନା ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତର ମିଶର ନରସିଂହପୁର ଗ୍ରାମରେ ଏକ ଭୟଙ୍କର ବଜ୍ରପାତ ଘଟିଛି। ଏହି ବଜ୍ରପାତ ଯୋଗୁଁ ନଟବର ସାହୁ ଓ କୁନିଲତା ସାହୁଙ୍କ ଚାଳ ଛପର ଘର ସମ୍ପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇଯାଇଛି।

ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ପ୍ରାଣପଣେ ଉଦ୍ୟମ କରିଥିଲେ ମଧ୍ୟ, ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ସେମାନେ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ।

Untitled 1 copy

ଫଳରେ ନଟବର ସାହୁଙ୍କ ଘରର ସମସ୍ତ ଆସବାବପତ୍ର, ଧାନ, ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ସାହୁ ପରିବାରର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ବଜ୍ରପାତର ଏହି ଭୟାବହତା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Shrutilipi ad