Img 20251027 wa0175

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ରାଜ୍ୟ
ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ଦ୍ୱାରା ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା ଦ୍ୱାରା ପ୍ରାୟୋଜିତ “ମାଷ୍ଟରିଂ ଇନ୍‌କ୍ଲୁସିଭ୍‌ ଓ.ଡି.ଏଲ୍: ପଲିସି ଟୁ ପ୍ରାକ୍ଟିସ” ଶୀର୍ଷକ ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ନୂତନ ଶିକ୍ଷାନୀତି ୨୦୨୦ର ଆଧାରରେ ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷାକୁ ଫଳପ୍ରସୂ କରିବାକୁ ହେଲେ ଆଧୁନିକ ଜ୍ଞାନ କୌଶଳକୁ ଆପଣେଇ କେବଳ ନୀତିରେ ସୀମିତ ନ ରହି ତାକୁ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବାକୁ ହେବ ବୋଲି କହିଥିଲେ ଓ ଗ୍ରାମୀଣ ଓ ପଛୁଆ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣତ୍ମକ ଶିକ୍ଷା ଦେବା ଦିଗରେ ବିଶ୍ୱବିଦ୍ୟାଳୟ ପ୍ରତିବଦ୍ଧ ବୋଲି କହିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଓ ଇଗ୍ନୋର ଶିକ୍ଷା ବିଭାଗର ପ୍ରଫେସର ନିରାଧାର ଦେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ଅଭିଭାଷଣରେ ଦୂରଶିକ୍ଷା ଓ ଅନଲାଇନ୍ ଶିକ୍ଷାକୁ ଅଧିକ ସାର୍ବଜନୀନ କରିବା ପାଇଁ ଶିକ୍ଷକ, ପ୍ରଶାସକ ଓ ନୀତି ନିର୍ଦ୍ଧାରକ ମାନଙ୍କ ସମନ୍ୱୟର ଆବଶ୍ୟକତା ଉପରେ ଜୋର ଦେଇ ସାମାଜିକ ଓ ଆର୍ଥିକ ଅସମାନତାକୁ ଦୂର କରିବାରେ ଡିଜିଟାଲ୍‌ ଜ୍ଞାନ କୌଶଳର ଭୂମିକା ଉପରେ ଆଲୋକପାତ କରିଥିଲେ । ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ହରିହର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଶିକ୍ଷାର ଲକ୍ଷ୍ୟ କେବଳ ଜ୍ଞାନ ଆହରଣ ନୁହେଁ ବରଂ ନୂତନ ଜ୍ଞାନର ସୃଜନ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଶିକ୍ଷା କ୍ଷେତ୍ରରେ ସମାଜର ସବୁ ବର୍ଗଙ୍କ ଅନ୍ତର୍ଭୁକ୍ତୀକରଣରେ ମୁକ୍ତ ଓ ଦୂରଶିକ୍ଷାର ଭୂମିକା ସମ୍ପର୍କରେ ନିଜର ମତାମତ ରଖିଥିଲେ । ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ପି.ଏମ୍‌ ଉଷା ଯୋଜନାର ସଫଳ ରୂପାୟନରେ ସହାୟକ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା ସିଡିଓଇର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଉପନିର୍ଦ୍ଦେଶକ ତଥା ସହ-ଆବାହକ ଡ. ପ୍ରତାପ କୁମାର ଜେନା ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ହେବାକୁ ଥିବା ବିଭିନ୍ନ ତାଲିମ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସମ୍ପାଦିକା ତଥା ଶିକ୍ଷା ବିଭାଗର ସହକାରୀ ପ୍ରଫେସର ଶ୍ରୀମତି ଲକ୍ଷ୍ମୀପ୍ରିୟା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସହକାରୀ ପ୍ରଫେସର ସ୍ନେହାଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଇଂରାଜୀ ବିଭାଗର ଅଧ୍ୟାପିକା ଅଭିପ୍‌ସା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସିଡିଓଇର ଅଧ୍ୟାପକ ଅଧ୍ୟାପିକା ଗଣ ଯଥା ଅର୍ଥନୀତି ବିଭାଗର ବିଶ୍ୱଜିତ ଷଡ଼ଙ୍ଗୀ, ସୁଜାତା ମହାକୁଡ଼, ଓଡ଼ିଆ ବିଭାଗର ଡ. ବିନ୍ଧେଶ୍ୱରୀ କଲିଆ, ହୃଶୀକେଶ ମହାନ୍ତ ଓ ଇଂରାଜୀ ବିଭାଗର ପ୍ରୀତିଲଗ୍ନା ସନ୍ତୋଷୀ ମହାକୁଡ଼, ସାମାଜିକ କାର୍ଯ୍ୟକ୍ରମ ବିଭାଗର ଡ. ସୁଜୟ କୁଣ୍ଡୁ ଓ ସଂସ୍କୃତ ବିଭାଗର ଶ୍ରୀମତି ଅନିଶା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଦୁଇ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଇଗ୍ନୋ ଆଞ୍ଚଳିକ କେନ୍ଦ୍ରର ଉପ୍-ନିର୍ଦ୍ଦେଶକ ଡ଼. ବିମଳ ଚନ୍ଦ୍ର ନନ୍ଦ, ଉତ୍କଳ ବିଶ୍ୱବିଦ୍ୟାଳୟ ସିଡିଓଇର ବ୍ୟବସାୟ ଅଧ୍ୟୟନ ବିଭାଗର ସହଯୋଗୀ ପ୍ରଫେସର ଡ଼. ସୁଜିତ କୁମାର ଆଚାର୍ଯ୍ୟ, ବାରିପଦା ଉତ୍କଳମଣି ଗୋପାବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସଞ୍ଜୟ କୁମାର ଦେ ଓ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ଡ଼. ପ୍ରତିମା ପ୍ରଧାନ ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିବେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଓ ଅନୁବନ୍ଧିତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Shrutilipi ad