- ଜିଲ୍ଲା ସ୍ତରାରୁ ଚୟନ ପ୍ରତିଯୋଗୀ ରାଜ୍ୟସ୍ତରୀୟ ରଗବୀ ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ
ବାରିପଦା: ସ୍ଥାନୀୟ ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡିଆ ରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ୧୪ ଓ ୧୭ ବର୍ଷରୁ କମ ଉଭୟ ବାଳକ ବାଳିକା ବିଭାଗର ରଗବୀ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୌମ୍ୟ ଦାଶଙ୍କ ପୌରହିତରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଅତିଥିଭାବେ ଆୟୋଜକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ସୋମନାଥ ସିଂହ, ଓଷ୍ଟା ଶିକ୍ଷକ ସଙ୍ଘର ସଭାପତି ଚିତ୍ତରଞ୍ଜନ ପଳତା ଯୋଗ ଦେଇଥିଲେ l ବିଚାରକ ଭାବେ ଦିବ୍ୟରଞ୍ଜନ ଦାସ, କ୍ରିଷ୍ଣା ଟୁଡୁ, ରାଇମୋହନ ନାଏକ, ପ୍ରକାଶ ଚନ୍ଦ୍ର ସୋଏ, ମାଲିନ ସୋଏ, ବୁକାଏ ହାଁସଦା ପ୍ରମୁଖ ଯୋଗ ଦେଇଥିଲେ l ସେଣ୍ଟ୍ରାଲ ଅଫିସିଆଲ ଭାବେ ଦୀପକ ରାମ, ପ୍ରଦୀପ ଚୌଧୁରୀ ଯୋଗ ଦେଇଥିଲେ l ଜିଲ୍ଲା ସ୍ତରରୁ ଚୟନ ହୋଇଥିବା ୪୮ ଜଣ କ୍ରୀଡାବିତ ଚଳିତ ଅକ୍ଟୋବର ମାସ ୩୦ ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇ ଆର ସି ଭିଲେଜ, ଭୂବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ରଗବୀ ଫୁଟବଲ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ I ୧୭ ବର୍ଷରୁ କମ ବାଳକ ବିଭାଗରେ ଶ୍ରୀକାନ୍ତ ସିଂ, କାଶୀନାଥ ଟୁଡୁ, ଦଶରଥ ମାଝୀ, ରାମଚନ୍ଦ୍ର ହେମ୍ବ୍ରମ, ବାଦଲ ନାୟକ, ରାମଚନ୍ଦ୍ର ହେମ୍ବ୍ରମ, ହୃଦାନନ୍ଦ ସିଂ, ଶରତ ଦେହୁରୀ, ସୁକୁଲ ବାସ୍କେ, ଯଦୁ ଗୋଡ଼ସାରା, ଫାଗୁ ମୁର୍ମୁ, ରହିଦାସ ସିଂ ସ୍ଥାନ ପାଇଥିବାବେଳେ ବାଳିକା ବିଭାଗରେ ସୁମିତ୍ରା ମୁର୍ମୁ, ସୁଦସ୍ନା କ୍ରିଷ୍ଣା ନାଏକ, ଦୁଲାରୀ ହାଁସଦା, ଜୟନ୍ତୀ ବାସ୍କେ, ଶୁଭଦ୍ରା ସୋରେନ, ସାଲଗେ ମୁର୍ମୁ, ସବିତା ସୋରେନ, ପାଏଲ ହାଁସଦା, ସନ୍ଧ୍ୟା ସୋରେନ, ସୀତା ମାରାଣ୍ଡି, ସୁଲେନା ହେମ୍ବ୍ରମ ଓ ପଦ୍ମାବତୀ ସିଂ ସ୍ଥାନ ପାଇଛନ୍ତି l ୧୪ ବର୍ଷରୁ କମ ବାଳକ ବିଭାଗରେ ବିକ୍ରମ ଦାଶ, ସୂର୍ଯ୍ୟ ପ୍ରକାଶ ନାଏକ, ବିଜୁ ମାରାଣ୍ଡି, ସିମନ ମୁର୍ମୁ, ବିଷ୍ଣୁପଦ ମହାନ୍ତ, ରାଜେନ ହାଁସଦା, ମୁନା ସିଂ, ବାରିଶା ମାରାଣ୍ଡି, ଶଙ୍ଖଚରଣ ଟୁଡୁ, ସାଇବା ମାରାଣ୍ଡି, ଅତନୁ ପାଣି, ଆନନ୍ଦ କାରୁଆ ଓ ବାଳିକା ବିଭାଗ ରେ ହୀରା ମୁର୍ମୁ, ସୁଗି ହେମ୍ବ୍ରମ, ମିନାକ୍ଷୀ ଟୁଡୁ, ସଲମା ହେମ୍ବ୍ରମ, ମୀନା ମାରାଣ୍ଡି, ସାବିତ୍ରୀ ମାରାଣ୍ଡି, ଵାଲେ ହୋ, ନମିତା ହୋ, ହିସି ମାଝୀ, ଲକ୍ଷ୍ମୀ ମାରାଣ୍ଡି, ଡୁଡୁ ମାରାଣ୍ଡି, ରଞ୍ଜିତା ସିଂ ସ୍ଥାନ ପାଇଛନ୍ତି l କାର୍ଯ୍ୟକ୍ରମ ପରିଚାଳନାରେ ଆୟୋଜକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପିଇଟି ଅଭିଷେକ ବେହେରା,ଛାତ୍ର ନିବାସ ର ୱାର୍ଡେନ ଓ କର୍ମଚାରୀମାନେ ସହଯୋଗ କରିଥିଲେ l

