ବାରିପଦା : ସ୍ଥାନୀୟ ଭଂଜପୁର ଠାରେ ମା ଜଗଦ୍ଧାତ୍ରୀଙ୍କ ୭୩ ତମ ପୂଜା ଅବସରରେ ୩୧ତମ ମେଳା ନଭେମ୍ବର ୩ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଅଛି I ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ, କୁଇଜ, ବକ୍ତୃତା ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି I ଆଜି ସ୍ଥାନୀୟ ଭଂଜପୁର ଦୁର୍ଗା ବିବାହ ମଣ୍ଡପରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରାୟ ୨ ଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ସେହିପରି କୁମାର୍ସ କ୍ଲବ ପରିସରରେ ଆୟୋଜିତ ନୃତ୍ୟ ଅଡିସନରେ ସବ ଜୁନିୟର, ଜୁନିୟର ଓ ସିନିୟର ବର୍ଗରେ ପ୍ରାୟ ୧୬୦ ପ୍ରତିଯୋଗୀ ଭାଗ ନେଇଥିଲେ I ଚିତ୍ରାଙ୍କନରେ ମହେଶ୍ୱର ମାର୍ଣ୍ଡି ଓ ରବୀନ ମହାପାତ୍ର ଏବଂ ନୃତ୍ୟରେ ରକି ନାୟକ ଓ ମେଘା ସାହା ବିଚାରକ ଭାବେ କାର୍ଯ୍ୟ ତୁଲାଇଥିଲେ I ଜଗଦ୍ଧାତ୍ରୀ ପୂଜା ଓ ମେଳା କମିଟିର ମୁଖ୍ୟ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ ଉଭୟ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ସାଂସ୍କୃତିକ ସମ୍ପାଦକ କିଶୋର ପଲେଇ, ମେଳା ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ବରିଷ୍ଠ ସଦସ୍ୟ ପ୍ରିତମ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ I ସାଂସ୍କୃତିକ ସହ ସମ୍ପାଦକ ଅବିନାଶ ରଥ, ସତ୍ୟବ୍ରତ ଧଳ ତଥା ଆନିଷ ମିଶ୍ର, ସୁରଜ ବେହେରା, ସୋନୁ ରଣା ନୃତ୍ୟ ପ୍ରତିଯୋଗିତା ଏବଂ ଜଗଦିଶ ପାଣି ଓ ଆଲୋକ ବାରିକ ଚିତ୍ରାଙ୍କନ ପ୍ରତିଯୋଗିତା ପରିଚାଳନା କରିଥିଲେ I ଆସନ୍ତା କାଲି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ କୁଇଜ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ I

