Img 20251025 wa0160

ନିର୍ଦ୍ଧିଷ୍ଟ ଶିକ୍ଷଣ ଅସମର୍ଥତା (ଡିସ୍ଲେକ୍ସିଆ) ସଚେତନତା ଦିବସ – ୨୦୨୫

ରାଜ୍ୟ

ବାରିପଦା :ସମଗ୍ର ଶିକ୍ଷା ମୟୂରଭଞ୍ଜ ତରଫରୁ ମୟୂରଭଞ୍ଜ ଆଥଲେଟିକ କନଫରେନ୍ସ ହଲ,ବାରିପଦାଠାରେ ନିର୍ଦ୍ଧିଷ୍ଟ ଶିକ୍ଷଣ ଅସମର୍ଥତା (ଡିସ୍ଲେକ୍ସିଆ) ସଚେତନତା ଦିବସ–୨୦୨୫ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ମୁନିସିପାଲିଟି ଅଧୀନ ୧୩ଟି ଉଚ୍ଚ ବିଦ୍ୟାଳୟରୁ ୮୦ ଜଣ ଛାତ୍ରଛାତ୍ରୀ ସହ ପ୍ରତି ବିଦ୍ୟାଳୟରୁ ଜଣେ ଗାଇଡି ଶିକ୍ଷକ, ଜିଲ୍ଲାର ପ୍ରତି ବ୍ଲକରୁ ୨ ଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ସମସ୍ତ ଅନ୍ତର୍ନିବେଶି ସାଧନ କର୍ମୀ ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବାରିପଦ।ର ଅଗ୍ରଣୀ ସ୍ୱେଚ୍ଛାସେବୀ
ସଂଗଠନ ସାଧନାର ପାଞ୍ଚ ଜଣ କର୍ମୀ ଯୋଗଦେଇଥିଲେ। ସମସ୍ତ ଅଂଶଗ୍ରହଣ କାରୀମାନେ ଏକ ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ, ବଡଝାଡ, କପ୍ତିପଦାର ସହକାରୀ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ସାହୁ; ସରକାରୀ ଉନ୍ନତ ବିଦ୍ୟାଳୟ, ସୋଲଗଡିଆ, କପ୍ତିପଦାର ପ୍ରଧାନ ଶିକ୍ଷକ ଶ୍ରୀ ରାଜକିଶୋର ବେହେରା; ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନାହାସୋଲ, ମୋରଡାର ସହକାରୀ ଶିକ୍ଷକ ଶ୍ରୀ ହରେନ୍ଦ୍ର ମହାନ୍ତ; ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦାମୋଦରପୁର, ବାରିପଦାର ସହକାରୀ ଶିକ୍ଷକ ଶ୍ରୀ ସତ୍ୟନାରାୟଣ ନାୟକ; ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାରିପଦାର ସହକାରୀ ଶିକ୍ଷକ ଶ୍ରୀ ସୌମ୍ଯ ଦାସ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚାନ୍ଦୁଆ, ବାରିପଦାର ସହକାରୀ ଶିକ୍ଷକ ଶ୍ରୀ ଶୁଶିଲ ପଣ୍ଡାଙ୍କ ତତ୍ତ୍ବାବଧାନରେ ରଚନା, କୁଇଜ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନଙ୍କ ମଧ୍ୟରେ ଶିକ୍ଷଣ ଅକ୍ଷମତା ଉପରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ କରିଥିଲେ । କୁଇଜ ପ୍ରତିଯୋଗୀତାରେ ମହାରାଜା କୃଷ୍ଣ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅଙ୍କିତା ଦାସ ପ୍ରଥମ ସ୍ଥାନ, ପୋଲିସ ଉଚ୍ଚ ବିଦ୍ୟାଳୟର ଛାତ୍ର ବୈଭବ କୁମାର ବାରିକ ଦ୍ଵିତୀୟ ସ୍ଥାନ ଓ ମହାରାଣୀ ପ୍ରେମ କୁମାରୀ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ତନୁଶ୍ରୀ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ। ରଚନା ପ୍ରତିଯୋଗିତାରେ ମହାରାଜା କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଭାସ୍ଵତୀ ମହାନ୍ତି ପ୍ରଥମ ସ୍ଥାନ, କମଳା ନେହୁରୁ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରତିଭା ପୃଷ୍ଟି ଦ୍ଵିତୀୟ ସ୍ଥାନ ଓ ବଲାଙ୍ଗୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁମୀ ମୁର୍ମୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କ ମଧ୍ୟରେ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ଯଶିପୁର ବ୍ଲକର ପାନ୍ଥୋ ଆଞ୍ଚଳିକ ସାଧାନ କେନ୍ଦ୍ରର ସଂଯୋଜକ ଶ୍ରୀ ବିନୋଦ ବିହାରୀ ବେହେରା ପ୍ରଥମ ସ୍ଥାନ, ବାରିପଦା ବ୍ଲକର ଦାମୋଦରପୁର ଆଞ୍ଚଳିକ ସାଧାନ କେନ୍ଦ୍ରର ସଂଯୋଜକ ଶ୍ରୀ ଧନପତି ମିଶ୍ର ଦ୍ଵିତୀୟ ସ୍ଥାନ ଓ ବଡସାହି ବ୍ଲକର ଇଟାମୁଣ୍ଡିଆ ଆଞ୍ଚଳିକ ସାଧାନ କେନ୍ଦ୍ରର ସଂଯୋଜକ ଶ୍ରୀ ସୌଭାଗ୍ୟ କୁମାର ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ-ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଶଶିଧର ସିଂ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ବାଳିକା ଶିକ୍ଷା ସଂଯୋଜକ ଶ୍ରୀ ପ୍ରଫୁଲ ବାରିକ, ଆଦିବାସୀ ଶିକ୍ଷା ସଂଯୋଜକ ଶ୍ରୀ ସପନ କୁମାର ପୃଷ୍ଟି, ଜିଲ୍ଲା ଶିକ୍ଷାତତ୍ଵ ସଂଯୋଜିକା ଶ୍ରୀମତୀ ଶୈଳବାଳା ବେହେରା ଏବଂ ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ଶ୍ରୀ ନିରଞ୍ଜନ ନାୟକ, ସାଧନା ର ନିର୍ଦେଶକ ପ୍ରଭାକର ସାହୁ ଉପସ୍ଥିତ ରହି ପିଲା ମାନଙ୍କୁ ଉଶ୍ଚାହିତ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ନିଜ ଅଭିଭାଷଣରେ କହିଥିଲେ ଯେ, ଡିସ୍ଲେକ୍ସିଆ ଥିବା ପିଲାମାନେ ଶବ୍ଦ ଲେଖିବା ଓ ପଢିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଏବଂ ଏହା ବିଶ୍ୱର ଅନେକ ପିଲାଙ୍କ ମଧ୍ୟରେ ଦେଖାଯାଏ। ସେହିପରି, ଏହାର ସମୟୋପଯୁକ୍ତ ନିରାକରଣ ପାଇଁ ଅଭିଭାବକ ଓ ଶିକ୍ଷକମାନଙ୍କ ଏକାତ୍ମିକ ଉଦ୍ୟମ ଅତ୍ୟାବଶ୍ୟକ ବୋଲି ମତ ଦେଇଥିଲେ। ଅନ୍ୟ ସମସ୍ତ ଅତିଥି ବୃନ୍ଦ ନିଜ ଅଭିଭାଷଣରେ ଶିଶୁମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉନ୍ନତ କରିବା ଏବଂ ସେମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଚିତ୍ରାଙ୍କନ, ସଙ୍ଗୀତ ଓ ବିଭିନ୍ନ କ୍ରିଡା କାର୍ଯ୍ୟକଳାପରେ ସେମାନଙ୍କୁ ସଂଶିଷ୍ଟ କଲେ ପିଲା ମାନଙ୍କ ମଧ୍ୟରେ ଲେଖା ଓ ପଢା ପ୍ରତି ଆଗ୍ରହ ବଢିବ ବୋଲି ମତ୍ତ ଦେଇଥିଲେ । ଉଦଜ୍ଜାପନି ଉଶ୍ଚବରେ ମୁଖ୍ୟ ଅତିଥି ଭାବେ ଭଞ୍ଜପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ଜେନା ଯୋଗ ଦେଇ ଅନ୍ୟ ସମସ୍ତ ଅତିଥିଙ୍କ ସହିତ କୃତି ଛାତ୍ରଛାତ୍ରୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ । ହରେନ୍ଦ୍ର କୁମାର ମହାନ୍ତ ମଞ୍ଚ ପରିଚାଳନା କରିଥିବ୍ବା ବେଳେ ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ନାୟକଙ୍କ ପ୍ରତ୍ତେକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟଟିକୁ ପରିଚାଳନା କରିବା ସହ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଗୋଷ୍ଠୀ ସାଧନ କର୍ମୀ ଶ୍ରୀ ବିରେନ୍ଦ୍ର କୁମାର ସାହୁ, ରେଖାରଣୀ ଦାସ, ଦିଲୀପ କୁମାର ଦାସ ଓ ରୋହିତ କୁମାର ବିଶ୍ଵାଳ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସହଯୋଗ କରିଥିଲେ ।

Shrutilipi ad