କପ୍ତିପଦା: ସ୍ବାମୀ ଭୁଲିଗଲା ସଂପର୍କ। ବିବାହ ବେଦିରେ ଧରିଥିବା ହାତ ଏବଂ ପ୍ରତିଜ୍ଞାକୁ ଭୁଲି ଯାଇ ପତ୍ନୀଙ୍କୁ ନିମର୍ମ ଭାବେ ହତ୍ୟା କରିଛି। ଜହ୍ଲାଦ ସ୍ୱାମୀର କାଠ ଫାଳିଆ ମାଡ଼ରେ ପତ୍ନୀଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ଅଧୀନ ଶରତ ଥାନା ପାତାସାହି ଅଞ୍ଚଳରେ। ମୃତ ମହିଳା ହେଲେ ଗୁରୁବାରୀ ପୂର୍ତ୍ତି।
ପଡ଼ିଶା ଲୋକେ ଗୁରୁବାରୀଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ପୁଲିସକୁ ଖବର ଦେବା ପରେ ଶରତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି। ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରିଛି। ପାରିବାରିକ କଳହର ଏହା କରୁଣ ପରିଣତି ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଅନେକ ବାର ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା ବୋଲି କହିଛନ୍ତି ମୃତକଙ୍କ ପୁଅ ଏବଂ ଝିଅ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

