- କଲେ ଭଙ୍ଗା ରୁଜା, ନିର୍ଘାତ ପିଟିଲେ ଢ଼ାବା ମାଲିକ ଏବଂ କର୍ମଚାରୀଙ୍କୁ
ବାରିପଦା: ଗତକାଲି ଚାଲିଥିଲା ଆଲୋକର ପର୍ବ ଦୀପାବଳି l ସମସ୍ତେ ଥିଲେ ମସଗୁଲ l ଆଉ ଏହି ଦିନରେ କିଛି ଅସାମାଜିକ ଯୁବକ ନିଶା ରେ ମସଗୁଲ ହୋଇ ଖେଳାଇଥିଲେ ଆତଙ୍କରାଜ l ଏହିଭଳି ଏକ ଘଟଣା ଘଟିଅଛି ଗତକାଲି ବିଳମ୍ବିତ ରାତ୍ରିରେ l ବାରିପଦା ସହରର ମୁର୍ଗାବାଡି ନିକଟସ୍ଥ କାଠମାଣ୍ଡୁ ଢାବାରେ ହଟାତ ଆଠ ଜଣ ଯୁବକ ନିଶାଗ୍ରସ୍ଥ ଅବସ୍ଥାରେ ପଶି ହାତରେ ବନ୍ଧୁକ ଏବଂ ମାରଣାସ୍ତ୍ର ଧରି ଢ଼ାବା ମାଲିକ ଏବଂ କର୍ମଚାରୀ ମାନଙ୍କୁ ନିର୍ଘାତ ପିଟିଥିଲେ l ଫଳରେ ସମସ୍ତେ ଗୁରୁତର ଆହତ ହୋଇଛନ୍ତି l କେହି କିଛି ବୁଝିବା ଆଗରୁ ହଟାତ ପ୍ରହାର କରିଚାଲିଥିଲେ l ଢ଼ାବା ମାଲିକ ଏବଂ କର୍ମଚାରୀମାନେ ମାରଣାସ୍ତ୍ର ଦେଖି ଭୟଭୀତ ହୋଇ ପ୍ରତିବାଦ କରିନଥିଲେ l ଢ଼ାବା ରେ ଭଙ୍ଗାରୁଜା ମଧ୍ଯ କରିଥିଲେ l ପରେ ଖବର ପାଇ ଭଞ୍ଜପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚିଥିଲେ l ସେତେବେଳକୁ ଉକ୍ତ ଯୁବକମାନେ ସେଠାରୁ ଫେରାର ହୋଇଯାଇଥିଲେ l ଏ ବାବଦରେ ଢ଼ାବା ମାଲିକ ଆଶିଷ କୁମାର ଙ୍କ ଅଭିଯୋଗ କ୍ରମେ ଭଞ୍ଜପୁର ଥାନାରେ ଏକ ମାମଲା ରୁଜୁ କରିବା ସହ ପୋଲିସ ଉକ୍ତ ଯୁବକ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରଖିଅଛି l

