ବାରିପଦା – ମୟୂରଭଂଜ ଜିଲ୍ଲାର ବହଳଦା ବ୍ଳକ ଅନ୍ତର୍ଗତ ଵାସିଙ୍ଗୀ ପଞ୍ଚାୟତର ବାସୀ ଙ୍ଗୀ ଗ୍ରାମର ଧୀରେନ ବାରିକଙ୍କ ଦ୍ୱାରା ବହୁ ବର୍ଷ ହେଲା ମା’ ମନସା ଦେବୀଙ୍କ ପୂଜାର୍ଚ୍ଚନା ହୋଇଆସୁଅଛି। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ ଶୁକ୍ରବାର ଓ ଶନିବାର ଦୁଇ ଦିନଧରି ପୂଜାର୍ଚନା ଧୁମଧାମରେ କରାଯାଇଛି ।ବହୁ ସଂଖ୍ୟାରେ ମାନସିକଧାରୀ ନିକଟସ୍ଥ ଜଳାଶୟ ରୁ ଜଳ ଆଣି ସିଦ୍ଧ ବୃକ୍ଷରେ ଥିବା ମା’ ଙ୍କ ପାଖରେ ପହଞ୍ଚିଥିଲେ ।ସେଠାରେ ପୂଜକଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା ।ମାନସିକଧାରୀ ମାନେ ପୂଜାର୍ଚ୍ଚନା କରି ମା’ ଙ୍କ ଆଶୀର୍ବାଦ ନେଇଥିଲେ ।ବିଶ୍ବାସ ଅଛି ମା’ ମନସା ଦେବୀଙ୍କ ପାଖରେ ଯିଏ ମାନସିକ କରିଥାନ୍ତି ସେମାନେ କେବେହେଲେ ନିଷ୍ଠା ହୁଅନ୍ତି ନାହିଁ । ମା’ ଙ୍କ ପୂଜା ଓ କଳଶ ଯାତ୍ରା ଦେଖିବାକୁ ଆଖପାଖ ପଡୋଶୀ ଝାଡ଼ଖଣ୍ଡରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିଲା । ଶେଷରେ କମିଟି ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

