ଭୁବନେଶ୍ୱର: ପାର୍ବଣ ଋତୁରେ ‘ନୋ ଗିଫ୍ଟ’ ପଲିସି ଅପଣେଇଲେ ରାଜ୍ୟ ସରକାର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲାଗୁ କଲେ ‘ନୋ ଗିଫ୍ଟ ପଲିସି’। ପର୍ବପର୍ବାଣୀ ସମୟରେ ଉପହାର ନେଇ ଆସିବାକୁ କଲେ ମନା। ଏନେଇ ସେ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ପର୍ବପର୍ବାଣୀ ସମୟରେ ଭାରତ ସରକାରଙ୍କ ‘ନୋ ଗିଫ୍ଟ ପଲିସି’ ଆଧାରରେ ରାଜ୍ୟ ସରକାର ମଧ୍ୟ ସମାନ ନୀତି ଆପଣାଇଛନ୍ତି।
ଏହି ନୀତି ଅନୁଯାୟୀ କୌଣସି ସରକାରୀ କାର୍ଯ୍ୟାଳୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଉପହାର ଆଦାନପ୍ରଦାନ ବା ଏହାସହ ଜଡ଼ିତ ଖର୍ଚ୍ଚ କରାଯିବ ନାହିଁ । ସମସ୍ତଙ୍କୁ ଅନୁରୋଧ କରୁଛି ମୋ କାର୍ଯ୍ୟାଳୟକୁ ଉପହାର ନେଇ ଆସିବେ ନାହିଁ।’

