Img 20251016 wa0227

ପି ସି ପୁର ବିଦ୍ୟାଳୟରେ ବିଶ୍ୱ ହାତଧୁଆ ଦିବସ ପାଳିତ

ରାଜ୍ୟ
ବାରିପଦା- ସ୍କୁଲ ପିଲା ଏବଂ ସମ୍ପ୍ରଦାୟ ମଧ୍ୟରେ ହାତ ପରିଷ୍କାର ସଚେତନତାକୁ ପ୍ରୋତ୍ସାହିତ କରି ବରିପଦା ମୁନିସିପାଲିଟି ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରେକିଟ୍ ଏବଂ ଅମର ଜ୍ୟୋତି ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ ହାତ ଧୋଇବା ଦିବସ ପାଳିତ ହୋଇଯାଇଛି I ପ୍ରଧାନ ଶିକ୍ଷକ ସୌମ୍ୟ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସି ଆର ସି ସି ଧନଞ୍ଜୟ ସାହୁ, ବରିଷ୍ଠ ଶିକ୍ଷକ ସୋମନାଥ ସିଂହ, ଫାଉଣ୍ଡେସନର ଜିଲ୍ଲା କାର୍ଯ୍ୟକାରୀ ସଂଯୋଜକ ଦାସମାତ ସୋରେନ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ୱ ହାତ ଧୁଆ ଦିବସ ଉପରେ ଆଲୋକପାତ କରିଥିଲେ I ସଂଯୋଜକ ଶ୍ରୀ ସୋରେନ ଖାଇବା ପୂର୍ବରୁ, ଖେଳିବା ତଥା ଶୌଚ ପରେ ସାବୁନରେ କିପରି ହାତ ଧୋଇବା ଉଚିତ ତାହା ଛାତ୍ରଛାତ୍ରୀ ମାନଙ୍କୁ ଦର୍ଶାଇଥିଲେ I ବାରିପଦା ବ୍ଲକ ଶିକ୍ଷୟତ୍ରୀ କଳ୍ପନା ମହାନ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଏକ ସୁସ୍ଥ, ସୁରକ୍ଷିତ ଓ ସ୍ୱଚ୍ଛ ଓଡିଶା ଗଠନରେ ଛାତ୍ରଛାତ୍ରୀ ମାନଙ୍କର ଭୂମିକା ଉପରେ ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ବକ୍ତବ୍ୟ ରଖିଥିଲେ I ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ଓ ଅବିଭାବକ ଉପସ୍ଥିତ ଥିଲେ.
Shrutilipi ad