Screenshot 2025 10 16 132440

ବିଜେଡିକୁ ଝଟ୍‌କା, ବିଜେପିରେ ମିଶିଲେ ଲମ୍ବୋଦର

ରାଜ୍ୟ

ଭୁବନେଶ୍ୱର: ନୂଆପଡ଼ା ରାଜନୀତିରେ ବିଜେଡିକୁ ଶକ୍ତ ଏକ ଝଟ୍‌କା । ବିଜେଡ଼ି ଛାଡି ବିଜେପିରେ ମିଶିଛନ୍ତି ବିଜେଡ଼ିର ବରିଷ୍ଠ ନେତା ଲମ୍ବୋଦର ନିଆଲ । କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟ୍‌ରେ ଲଢ଼ିଥିଲେ ।

ପୂର୍ବରୁ ଜୟ ଢୋଲକିଆ ଓ ଲମ୍ବୋଦର ନିଆଲଙ୍କ ରୁଦ୍ଧଦ୍ୱାର ବୈଠକ ହୋଇଥିଲା ।

ସୂଚନାଥାଉକି, ଗତ ନିର୍ବାଚନରେ ଲମ୍ବୋଦର କଳାହାଣ୍ଡି ବିଜେଡି ସାଂସଦ ପ୍ରାର୍ଥୀ ହୋଇଥିଲେ। ସେ ୪ ଲକ୍ଷ ୧୦ ହଜାର ୪୯୦ ଖଣ୍ଡ ଭୋଟ୍ ପାଇଥିଲେ।

ନୂଆପଡ଼ା ଉପନିର୍ବାଚନରେ ବିଜେଡି ଢୋଲକିଆଙ୍କ ପରିବାରରୁ ପ୍ରାର୍ଥୀ ଦେବ ବୋଲି ପ୍ରଥମେ ଭାବିଥିଲା। ହେଲେ ଜୟ ଭାଜପାରେ ଯୋଗଦେଇଥିଲେ। ଏହାପରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ନାନା ଆଲୋଚନା ଲାଗି ରହିଥିଲା। ବୁଧବାର ବିଜେଡିର ପ୍ରାର୍ଥୀ ଘୋଷଣା କରାଯାଇଛି। ନୂଆପଡ଼ା ନିର୍ବାଚନମଣ୍ଡଳୀ ବାହାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ସୂଚନାଥାଉକି, ନୂଆପଡ଼ା ଉପନିର୍ବାଚନ ପାଇଁ ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ୨୨ ତାରିଖ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ହେବ। ୨୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ନଭେମ୍ବର ୧୧ରେ ଭୋଟ ହେବ । ୧୪ରେ ଫଳାଫଳ ଘୋଷଣା ହେବ।

Shrutilipi ad