Similipal (2)

ଚଳିତ ଅକ୍ଟୋବର ମାସ ୧୮ ତାରିଖରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ରାଜ୍ୟ
  • ପର୍ଯ୍ୟଟକ ବୁଲିବେ ଖୋଲା ଜୀପ ଓାଇଲ୍ଡଲାଇଫ ସଫାରି ରେ ଶିମିଳିପାଳ

ବାରିପଦା-: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ ଚଳିତ ଅକ୍ଟୋବର ମାସ ୧୮ ତାରିଖରେ ଖୋଲିବ ବୋଲି କ୍ଷେତ୍ର ନିର୍ଦ୍ଧେଶକ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବାରିପଦା ସୂଚନା ପ୍ରଦାନ କରିଛନ୍ତି । ତେବେ ପ୍ରତ୍ୟେକବର୍ଷ ଶିମିଳିପାଳ କୁ ବୁଲିଯିବାକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ବନବିଭାଗ ପକ୍ଷରୁ କିଛି ନିର୍ଦ୍ଧେଶନାମା ଜାରି କରାଯାଇଅଛି । ପିଠାବଟା ତନଖି ଫାଟକ ଦେଇ ପ୍ରବେଶ କରିଥିବା ପର୍ଯ୍ୟଟକମାନେ ଯଶୀପୁରର କାଳିଆଣି ଫାଟକ ଦେଇ ବାହାରିବେ ଏବଂ ଯଶୀପୁରର କାଳିଆଣି ଫାଟକ ଦେଇ ପ୍ରବେଶ କରିଥିବା ପର୍ଯ୍ୟଟକମାନେ ପିଠାବଟା ତନଖି ଫାଟକ ଦେଇ ବାହାରିବେ । ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ନିମନ୍ତେ ବାରିପଦା ଓ ଯଶୀପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟରୁ ଅନୁମତି ମିଳିପାରିବ । ଏଥି ସହିତ ପ୍ରତ୍ୟେକ ଦିନ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ଦେଇ ୨୫ ଗୋଟି ଓ ଯଶୀପୁରର କାଳିଆଣି ଫାଟକ ମଧ୍ୟ ଦେଇ ୩୫ ଗୋଟି ଚାରିଚକିଆ ଯାନର ପ୍ରବେଶ ନିମନ୍ତେ ସର୍ବପ୍ରଥମେ ଆସିଥିବା ଯାନଗୁଡ଼ିକ ମଧ୍ୟରୁ କ୍ରମାନ୍ୱୟ ଅନୁସାରେ ଅନୁମିତି ମିଳିପାରିବ । ଏଥି ନିମନ୍ତେ ପିଠାବଟା ଫାଟକ ରେ ସକାଳୁ ୮ ଟାରୁ ୯ ଟା ପର୍ଯ୍ୟନ୍ତ ଓ ଯଶିପୁର ଫାଟକ ରେ ୫ ଟାରୁ ୯ଟା ପର୍ଯ୍ୟନ୍ତ ପଯ୍ୟଟକମାନେ ନଜ ଯାନରେ ପ୍ରବେଶ କରିବେ । ପର୍ଯ୍ୟଟକମାନେ ପ୍ରବେଶ ସମୟରେ ପ୍ରଚଳିତ ନିୟମାବଳୀ ଅନୁସାରେ ଫାଟକରେ ଲିଖିତନାମା ଦାଖଲ କରିବେ ଏବଂ ଏହା ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ସେହି ପରି ପ୍ରବେଶ ଓ ପ୍ରସ୍ଥାନ ବେଳେ ଫାଟକରେ ସେମାନଙ୍କର ଯାନ, ଜିନିଷପତ୍ର ସହିତ ସେମାନଙ୍କୁ ଯାଞ୍ଚ କରାଯିବ । ଅପରାହ୍ନ ୪ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତା ଛାଡ଼ିବାକୁ ହେବ । ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟରୁ ସେମାନଙ୍କର ପ୍ରସ୍ଥାନ ସମୟ ଏପରି ସ୍ଥିର କରିବେ ଯେପରି ଅପରାହ୍ନ ୬ ଟା ମଧ୍ୟରେ ପିଠାବଟା, ତୁଳସୀବଣି ଓ କାଳିଆଣି ତନଖି ଫାଟକକୁ ଅତିକ୍ରମ କରିପାରିବେ । ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କୁ ନେଇଯାଇଥିବା ଯାନ ବଳବତ୍ତର ରହିଥିବା ନିୟମାବଳୀକୁ ଯଦି ଦ୍ୱିତୀୟ ଥର ନିମନ୍ତେ ଉଲ୍ଲଙ୍ଘନ କରୁଥିବେ ତେବେ ତାଙ୍କୁ ପରବର୍ତ୍ତି ସମୟରେ ପ୍ରବେଶ ନିମନ୍ତେ ଅନୁମତି ମିଳିପାରିବ ନାହିଁ । ଚଳିତ ବର୍ଷ ଅଭୟାରଣ୍ୟ ମଧ୍ୟରେ ପର୍ଯ୍ୟଟକମାନଙ୍କର ରାତ୍ରି ରହଣି ନିମନ୍ତେ ବଫର ଏରିଆର ଜାମୁଆଣି, କୁମାରି, ତାଳବନ୍ଧ, ଗୁଡ଼ଗୁଡ଼ିଆ ଓ ବରେଇପାଣୀ ଆଦି ସ୍ଥାନ ମାନଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗାଇ ଦିଆଯାଇଅଛି । ଏଥି ନିମନ୍ତେ ପର୍ଯ୍ୟଟକମାନଙ୍କୁ ୱେବସାଇଟ ଙ୍ଗଙ୍ଗଙ୍ଗ.ରମକ୍ଟଗ୍ଧକ୍ଟଙ୍କକ୍ସକ୍ଟୟସଗ୍ଦଷବ.ମକ୍ଟଜ୍ଞରେ ଅଗ୍ରୀମ ଆରକ୍ଷଣ କରାଇବାକୁ ପଡ଼ିବ । ସେହିପରି ଚଳିତ ବର୍ଷ ଖୋଲା ଜୀପ ଓାଇଲ୍ଡଲାଇଫ ସଫାରୀ ରେ ପର୍ଯ୍ୟଟକମାନେ ଶିମିଳିପାଳ ବୁଲିବାର ମଜା ନେଇପାରିବେ । ଏଥିପାଇଁ ପୂର୍ବରୁ ଉକ୍ତ େଓବସାଇଡରେ ସଂରକ୍ଷଣ କରିବାକୁ ପଡିବ । ଭ୍ରମଣ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବାର ନିଷ୍ପତିକୁ ମଝିରେ ମଝିରେ ଶିମିଳିପାଳ କତ୍ତୃପକ୍ଷଙ୍କ ଦ୍ୱାରା ତଦାରଖ କରାଯିବ ଓ ପାରିପାଶ୍ୱର୍ିକ ଅବସ୍ଥାକୁ ନଜରକୁ ନେଇ ପରବର୍ତ୍ତି ନିଷ୍ପତ୍ତି ନିଆଯିବ । ପୁଣି ଅଭୟାରଣ୍ୟକୁ ପ୍ରବେଶ ସମୟରେ ପର୍ଯ୍ୟଟକମାନେ ପ୍ରତ୍ୟେକ ଯାନରେ ଜଣେ ଲେଖାଏଁ ଗାଇଡ଼କୁ ସାଥୀରେ ନେବା ବାଧ୍ୟତା ମୂଳକ ।

Shrutilipi ad