Img 20251014 wa0187

ବହଳଦା ପୋଲିସ ର ସଫଳତା; ଡକାୟତ ଉଦ୍ୟମକୁ ପଣ୍ଡକଲା ପୋଲିସ

ରାଜ୍ୟ
  • ପୋଲିସ ଯନ୍ତାରେ ୪ ଆନ୍ତଃଜିଲ୍ଲା ଦୁର୍ଦାନ୍ତ ଡକାୟତ ଗିରଫ
  •  ଧଳା  ରଙ୍ଗର ଆର୍ଟିଜା କାର୍, ପିସ୍ତଲ,ମାଗାଜିନ୍,କାତାଲ,ଧାରୁଆ ଅସ୍ତ୍ର ,ମୋବାଇଲ ଜବତ 
ବାରିପଦା: ଆନ୍ତଃ ରାଜ୍ୟ ଦୁର୍ଦାନ୍ତ ଡକାୟତ,ଲୁଟେରା ଙ୍କ ନଜର ପଡିଛି   ଶାନ୍ତ ପ୍ରବଣ  ବାମନଘାଟି ଉପଖଣ୍ଡର ସିମାନ୍ତ ଅଞ୍ଚଳରେ ।ଦୁର୍ଦାନ୍ତ ଅପରାଧୀମାନେ ଲୁଟ୍‌,ହତ୍ୟା,ରାହାଜାନୀ କରି  ଖୁବ୍ ସହଜରେ  ପଡୋଶୀ ଝାଡଖଣ୍ଡ ରାଜ୍ଯକୁ ଖସି ପଳାଉଛନ୍ତି । ୧୨ ତାରିଖ ରାତିରେ ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗ୍ରାମର ପ୍ରକାଶ ସୋରେନ ଙ୍କ ଘରେ  ଡକାୟତମାନେ  ଡକାୟତି  କରିଵା ସମୟରେ ଘର ଲୋକେ ଉଠି ପଡି ପାଟିତୁଣ୍ଡ କରିବା ଫଳରେ ଡକାୟତମାନେ ଖସି ପଳାଇଥିଲେ ।ଏହାକୁ ନେଇ ପରିବାର ଲୋକ ବିଶୋଇ ପୋଲିସକୁ ଖବର ଦେଇଥିଲେ ।ପୋଲିସ ଘଟଣାକୁ ଗୁରୁତ୍ବ ସହ ନେଇଥିଲା  ଓ ସତର୍କତାର ସହ  ଆସମୀ ମାନଙ୍କୁ ବିଭିନ୍ନ ସୂତ୍ରରୁ ପିଛା କରୁଥିଲା ।ସୋମବାର ବିଳମ୍ବିତ ରାତିରେ ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର – ଵହଳଦା ମଝିରେ  ଗମ୍ଭାରିଆର କାହ୍ନୁ ନଦୀ ପୋଲ ପାଖରେ ଏକ ଧଳା ଆର୍ଟିଜା କାର  ରାସ୍ତା ଉପରେ ରଖି କିଛି ଯୁବକ ସନ୍ଦେହଜନକ ଅବସ୍ଥାରେ ଚଳାଚଳ କରୁଥିଲେ ।ଏହାକୁ  କିଛି ଅଜଣା ଲୋକ ଦେଖି  ଏମାନଙ୍କ ହାବ ଭାବ କୁ ସନ୍ଦେହ କରି ଵହଳଦା ପୋଲିସକୁ ଜଣାଇଥିଲେ ।ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଯେନା ଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ,ଵହଳଦା ଥାନାଧିକାରୀ ଭାସ୍କର ଚନ୍ଦ୍ର ପ୍ରଧାନ ଏବଂ ପୋଲିସ ଟିମ ଜାଲ ବିଝାଇ ଦୁର୍ଦାନ୍ତ ଅପରାଧୀ ମାନଙ୍କୁ ଚାରିପଟୁ ଘେରି  ଧରିବାରେ ସଫଳ ହୋଇଥିଲେ ।
ତଦସହ ସେମାନଙ୍କ ପାଖରେ ଥିବା ସମସ୍ତ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ  ।ଆଜି ଅପରାହ୍ନ ରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନା ,ଏସଡିପିଓ ଗୋକୁଳାନନ୍ଦ ସାହୁ ,ଵହଳଦା ଥାନାଧିକାରୀ ଭାସ୍କର ଚନ୍ଦ୍ର ପ୍ରଧାନ ପ୍ରମୁଖ ଙ୍କ ଉପସ୍ଥିତରେ ଆୟୋଜିତ  ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନା କହିଥିଲେ  ଧରାପଡ଼ିଥିବା ୪ ଜଣ ଆନ୍ତଃ ରାଜ୍ୟ ଦୁର୍ଦାନ୍ତ ଡକାୟତ ।ସେମାନେ ଯାଜପୁର,କଳିଙ୍ଗନଗର, କୋରେଇ,ରାଜ୍ୟ ଓ ରାଜ୍ୟ ବିଭିନ୍ନ ଅଞ୍ଚଳରେ ଡକାୟତି କରିଥିବା ନେଇ ବିଭିନ୍ନ ଥାନାରେ ୨୦ ରୁ ଉର୍ଦ୍ଧ୍ବ  ମାମଲା ରୁଜୁ ରହିଛି ।ସେହି ୪ ଜଣ ହେଲେ   ମନୋଜ ପାତ୍ର(୩୫)ଘର- କରଞ୍ଜିଆ ଅଞ୍ଚଳର ବର୍ମା  ଗ୍ରାମ, ବନ୍ଦନ ପଣ୍ଡା (୨୨) କରଞ୍ଜିଆ ଅଞ୍ଚଳର ଗଡ଼ସାହି ଗ୍ରାମ,କୁନା  ଷୁଣ୍ଢି (୨୫) ଯାଜପୁର ରୋଡ଼ ଅଞ୍ଚଳର ମରମଛାଇ ଗ୍ରାମ ଏଵଂ ରାଜେଶ ଡାଙ୍ଗ(୨୭) ଘର ଯାଜପୁର ରୋଡ଼ ଅଞ୍ଚଳର ଧଵଳଗିରି ଗ୍ରାମ ।ସେମାନଙ୍କ ପାଖରୁ ବହୁ    ଡକାୟତ ସାମଗ୍ରୀ ଜବତ କରାଯାଇଥିଲା ।ଜବତ ସାମଗ୍ରୀ ଗୁଡିକ  ହେଲା  ଟି- ୭.୬୫ ଏମ ଏସ ପିଷ୍ଟଲ,ଗୋଟେ ଲୋଡେଡ ମାଗାଜିନ୍,ଧଳା ରଙ୍ଗର ସୁଜୁକି ଏର୍ଟିଜା  ( ଓଡି୦୨ସି ଡବ୍ଲ୍ଯୁ୩୯୭୬),ଵ୍ଲୁ ରଙ୍ଗର ଭିଭୋ ମୋବାଇଲ,ଗୋଲ୍ଡେନ କଲର୍ ସାମସଙ୍ଗ ମୋବାଇଲ,ଆକାଶିଆ ରଙ୍ଗର ଭିଭୋ ମୋବାଇଲ,୩ ଟି ଖଣ୍ଡା,ଗୋଟେ ଲାଠି,ଲଙ୍କାଗୁଣ୍ଡ,କଳା ରଙ୍ଗର ମଙ୍କି କେପ୍ ଜବତ କରିଛନ୍ତି।ଅତିରିକ୍ତ ଜିଲ୍ଲା ଆରକ୍ଷୀ  କହିଲେ ପୋଲିସକୁ ଖବର ଦେଇଥିବା ଅଜଣା ବ୍ୟକ୍ତି ଏବଂ ଏସଡିପିଓ ଗୋକୁଳାନନ୍ଦ ସାହୁ ,ଵହଳଦା ଥାନାଧିକାରୀ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ତ୍ୱରିତ ପଦକ୍ଷେପ ଏବଂ ମିଳିତ ଚଢାଉ ଯୋଗୁଁ ଏକ ବଡ଼ ଡକାୟତ ଉଦ୍ୟମ ଫସର  ଫାଟିଗଲା । ଵହଳଦା ପୋଲିସ ପକ୍ଷରୁ ଏକ ଡକାୟତି ଉଦ୍ୟମ ମାମଲା କେଶ ନମ୍ବର ୧୫୯/୨୫ ରୁଜୁ ହେବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ଏମାନଙ୍କ ସହିତ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଏହାକୁ ନେଇ ପୋଲିସ ତଦନ୍ତ ଜାରି ରହିଅଛି  ।
Shrutilipi ad