Img 20251013 wa0143

ବରିଷ୍ଟ କଂଗ୍ରେସ ନେତା ପୂର୍ବତନ ଜିଲ୍ଲା ସଭାପତି ତଥା ସମାଜସେବୀ କୌଳାଶ ଚନ୍ଦ୍ର ଅଗ୍ରୱାଲ ଙ୍କ ଦେହାନ୍ତ

ରାଜ୍ୟ
ବାରିପଦା: ମୟୁରଭଞ୍ଜ ଜିଲ୍ଲାର ପୂର୍ବତନ କଂଗ୍ରେସ ସଭାପତି କୈଳାଶ ଚନ୍ଦ୍ର ଅଗ୍ରୱାଲା ଙ୍କ ରବିବାର ରାତି ୨:୨୦ ମିନିଟ ସମୟରେ ୭୫ ବର୍ଷ ବୟସ ରେ ବେତନଟୀ ସ୍ଥିତ ବାସଭବନ ରେ ଦେହାନ୍ତ ହୋଇଯାଇଛି। ତାଙ୍କର ଦେହାନ୍ତ ସମୟରେ ପତ୍ନୀ ପ୍ରେମଲତା ଅଗ୍ରୱାଲା, ପୁତ୍ର ସିଦ୍ଧାର୍ଥ ଅଗ୍ରୱାଲ ଉପସ୍ଥିତ ଥିଲେ। ବୟସଆଧିକ ହେବାରୁ ତାଙ୍କର ମୃତ୍ୟୁ ବରଣ ହୋଇଥିବା ବେଳେ ପୂର୍ବରୁ ବମ୍ବେ ଓ ପରେ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ରହିଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ବେତନଟୀ, ମୟୁରଭଞ୍ଜ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରୁଥିବା ବେଳେ ଆସନ୍ତାକାଲି (ମଙ୍ଗଳବାର) ତାଙ୍କର ସବାସତ୍କାର କରାଯିବ ବୋଲି ପରିବାର ବର୍ଗଙ୍କ ପାଖରୁ ସୂଚନା ମିଳିଛି। କୈଳାଶ ଚନ୍ଦ୍ର ଅଗ୍ରୱାଲା ୧୯୭୨ ମସିହା ରେ ବାରିପଦା ଏମ ପି ସି ମହାବିଦ୍ୟାଳୟ ରେ ଗ୍ରାଜୁଏସନ କରୁଥିବା ବେଳେ ସେଠାରେ ସେ ଛାତ୍ର କଂଗ୍ରେସ ରେ ଯୋଗଦାନ କରିଥିଲେ। ପରବର୍ତୀ ସମୟ ରେ ୧୯୯୨ ରୁ ୧୯୯୭ ମଧ୍ୟରେ ବେତନଟୀ ବ୍ଲକ ଅଧ୍ୟକ୍ଷ, ୧୯୯୭ ରୁ ୨୦୦୨ ମଧ୍ୟରେ ବେତନଟୀ ବ୍ଲକର ୩୭ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ଚେଷ୍ଟାରେ ବେତନଟୀ ବ୍ଲକ ର ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିବା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ର ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନା, ପୂର୍ବତନ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସ ତାଙ୍କ ପରିବାର ବର୍ଗଙ୍କୁ ଶୋକ ବାର୍ତ୍ତା ପଠାଇବା ସହ କଂଗ୍ରେସ ଦଳର ଜଣେ ଆଜୀବନ ଯୋଦ୍ଧା ଙ୍କୁ ହରାଇଲା ବୋଲି କହିଛନ୍ତି। ସେଇଭଳି ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କର ମହାପାତ୍ର, ବେତନଟୀ ବ୍ଲକ କଂଗ୍ରେସ ସଭାପତି କୁଶଧର ବେହେରା, ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ସୁଭାଷ ଚନ୍ଦ୍ର ଦାସ, ୩୫ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ,ପୂର୍ବତନ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ନିରୋଜ ଲୋଚନ ଦାସ,ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣଚନ୍ଦ୍ର ବିଶ୍ୱାଳ, କଂଗ୍ରେସ ର ବରିଷ୍ଠ ଜିଲ୍ଲା ସଭାପତି ତଥା ଆଇନ ଜିବି ହିମାଂଶୁ କୁମାର ପରିଡା ପ୍ରମୁଖ ଜିଲ୍ଲାର ଜଣେ ଯୋଗ୍ୟ ସନ୍ତାନ ଙ୍କୁ ହରାଇ ଅପୂରଣୀୟ କ୍ଷତି ସହିଲା ବୋଲି କହିଛନ୍ତି।
Shrutilipi ad