Img 20251012 wa0118

ଜିଲ୍ଲା ସ୍ତରୀୟ ପଲ୍ସ ପୋଲିଓ ଦିବସ-୨୦୨୫ ପାଳିତ

ରାଜ୍ୟ
  • ଜିଲାରେ ଦୁଇ ଲକ୍ଷ ବାର ହଜାର ଶହେ ଅନେଶତ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା ଲକ୍ଷ୍ୟ ଧାର୍ଯ୍ୟ
ବାରିପଦା : ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଦେବେନ୍ଦ୍ରପୁର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ପଲ୍ସ ପୋଲିଓ ବୁନ୍ଦା ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ଜିଲ୍ଳାରେ ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ୩ଦିନ ବ୍ୟାପୀ ଶୂନ ରୁ ପାଞ୍ଚ ବର୍ଷ ବୟସର ଶିଶୁଙ୍କ ପାଇଁ ଏହି ପଲ୍ସ ପୋଲିଓ ବୁନ୍ଦା ସେବନ କାର୍ଯ୍ୟକ୍ରମ ଚାଲିବ ଏବଂ ଏହି ପୋଲିଓ ବୁନ୍ଦା ଖୁଆଇବା କାର୍ଯ୍ୟକ୍ରମ ଜିଲ୍ଲା ସଦର ଚିକିତ୍ସାଳୟ, ସମସ୍ତ ଉପଖଣ୍ଡ ଚିକିତ୍ସାଳୟ ସମେତ ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଆରୋଗ୍ୟ ମନ୍ଦିର, ଅଙ୍ଗନବାଡି କେନ୍ଦ୍ର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ମିଶାଇ ମୋଟ ୧୧୭୦ ଗୋଟି କେନ୍ଦ୍ରରେ  ଦିଆଯାଉଛି। ଜିଲ୍ଲାରେ ୨,୧୨, ୧୯୯ ଶିଶୁଙ୍କୁ ଏହି ବୁନ୍ଦା ଖୁଆଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ ସେଥିପାଇଁ ୨,୫୦, ୦୦୦ ଭେକସିନ ମହଜୁଦ ରହିଛି। ଆଜି କେନ୍ଦ୍ର ମାନଙ୍କରେ ଦିଆଯିବା ପରେ ଆସନ୍ତା କାଲି  ଆଶା, ଅଙ୍ଗନବାଡି କର୍ମୀ, ଏ ଏନ ଏମ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ମାନେ ଘରକୁ ଘର ଯାଇ ବାକି ରହିଯାଇଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ଏହି ପୋଲିଓ ବୁନ୍ଦା ଖୁଆଇବେ। ଏତଦ ବ୍ୟତୀତ ଆବଶ୍ୟକ ସ୍ଥଳେ ଜନ ଗହଳି ପୂର୍ଣ୍ଣ ସାଧାରଣ ସ୍ଥାନ ଯଥା ବସ ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ବଜାର ଇତ୍ୟାଦି ଜାଗା ମାନଙ୍କରେ ମଧ୍ୟ ଶୂନ ରୁ ୫ ବର୍ଷ ଶିଶୁ ମାନଙ୍କୁ ଚିହ୍ନଟ କରାଯାଇ ଏହି ବୁନ୍ଦା ଖୁଆଇବା ପାଇଁ ପ୍ରୟାସ କରାଯିବ। ଏହି ଶୂନ ରୁ ପାଞ୍ଚ ବର୍ଷ ବୟସର କୌଣସି ଶିଶୁ ଯେମିତି ଏହି ଔଷଧ ସେବନରୁ ବାଦ୍ ନପଡନ୍ତି ସେଥିପାଇଁ ଏହାର ସୁପରିଚାଳନ ପାଇଁ  ୨୩୪୦ ଟିମ ଗଠନ ସହିତ ୭୬ଟି ଆଇ ଏଲ ଆର ପଏଣ୍ଟର ବ୍ୟବସ୍ଥା କରାଯାଇଛି। ଏ ସମ୍ଭନ୍ଧରେ ଅଧିକ ବିବରଣୀ ପାଇଁ ସ୍ଥାନୀୟ ଆଶା କର୍ମୀ, ଏଏନଏମ ଏବଂ ଅଙ୍ଗନବାଡି କର୍ମୀଙ୍କ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଉଛି।
ଏଥି ସହିତ ନିଜର ତଥା ନିଜ ସମ୍ପର୍କୀୟ ଓ ବନ୍ଧୁ ପରିଜନଙ୍କ ଶୂନ ରୁ ପାଞ୍ଚ ବର୍ଷ ଶିଶୁଙ୍କୁ ବୁଥକୁ ଆଣି ପୋଲିଓ ବୁନ୍ଦା ଖୁଆଇବା ପାଇଁ ଜିଲ୍ଲାପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. କିଶୋର କୁମାର ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଆୟୋଜିତ ହେଉଛି।
Shrutilipi ad