Img 20251010 wa0192

ଅକ୍ଟୋବର 15 ରେ ଯୁବ କଳାକାର ମାନଙ୍କ ଦ୍ୱାରା ପରିବେଶଣ ହେବ କର୍ମଶାଳା ଭିତ୍ତିକ ନାଟକ “ଇତି ଯେବେ ହସେ”  

ରାଜ୍ୟ
ବାରିପଦା: ଦୀର୍ଘ ବର୍ଷ ପରେ ବାରିପଦାରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଡିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନର ସହଯୋଗରେ ଯୁବ କଳାକାରଙ୍କୁ ନେଇ ଏକ ନାଟ୍ୟ କର୍ମଶାଳା ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଯାଇଛି I ୧୪ ଦିନର ପ୍ରଶିକ୍ଷଣ ପରେ ଯୁବ କଳାକାର ମାନେ ୧୫ ତାରିଖ ଦିନ ସନ୍ଧ୍ୟା ୭ଟା ରେ କର୍ମଶାଳା ଭିତ୍ତିକ ନାଟକ “ଇତି ଯେବେ ହସେ” ସ୍ଥାନୀୟ ସହୀଦ ଭବନରେ ପରିବେଷଣ କରିବେ I ଅତୀତରେ  ଉତ୍କଳର ସାଧବ ପୁଅ ମାନେ ଦୁରଦେଶକୁ ବଣିଜ କରିବାକୁ ଯାଇ ବହୁ ଧନସମ୍ପତ୍ତି ନେଇ ଘରକୁ ଫେରୁଥିଲେ I ଝିଅ ବୋହୁ ମାନେ ବୋଇତ ବନ୍ଦାଣ କରୁଥିଲେ I ବ୍ରିଟିଶ ଶାସନ ସମୟର ଜମିଦାରୀ ପ୍ରଥା ଏହି ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ବେଶ ପ୍ରଭାବିତ କରିଥିଲା I ଏହାହିଁ ନାଟକର ବିଷୟବସ୍ତୁ I ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଧୀର ବସାଙ୍କ ସଂଯୋଜନାରେ ତଥା ଉତ୍କଳ ସଂଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନବୀନ ପରିଡାଙ୍କ ରଚିତ ଓ ନିର୍ଦ୍ଦେଶିତ ଏକ ଭିନ୍ନ ସ୍ୱାଦର ନାଟକଟିକୁ ଦେଖିବା ସହ ଯୁବ କଳାକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ଆୟୋଜକଙ୍କ ତରଫରୁ ଅନୁରୋଧ କରାଯାଇଛି I
Shrutilipi ad