Img 20251011 wa0148

ହାତୀ – ମଣିଷ ଲଢେଇ; ଦନ୍ତା ନେଲା ବୃଦ୍ଧ ଙ୍କ ପ୍ରାଣ

ରାଜ୍ୟ
ବାରିପଦା  :  ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ କୁସୁମି ବ୍ଳକର  ବାଦାମପାହାଡ଼ ବନାଞ୍ଚଳର ବାସିଲା ଗ୍ରାମରେ ଆଜି ସକାଳେ ଦନ୍ତା ଆକ୍ରମଣରେ ଜନୈକ ଆଦିବାସୀ ବୁଢ଼ା ଲୋକର ଜୀବନହାନୀ ଘଟିଅଛି l   ସୂଚନାଯୋଗ୍ଯ ଵାସିଲା ଗ୍ରାମର ୮୦ ବର୍ଷୀୟ ବୃଦ୍ଧ ରାମତିୟା କଳା ଆଜି ଶନିବାର ଦିନ ନିଜ ଆଶା ବାଡି ସାହାଯ୍ୟରେ ଶୌଚ ପାଇଁ ନିକଟସ୍ଥ ନଦୀ ଆଡ଼କୁ ଯାଉଥିବାବେଳେ ୬ ଟିକିଆ ହାତୀପଲ ସମ୍ମୁଖରେ ପଡ଼ି ଯାଇଥିଲେ ।ତନ୍ମଧ୍ୟରୁ ଏକ ଦନ୍ତା ହାତୀ ଆସି ବୃଦ୍ଧିକୁ ଦଳି କଚାଡି ମାରିଦେବାପରେ ସମସ୍ତ ହାତୀ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ । ସ୍ଥାନୀୟ  ସରପଞ୍ଚ ଏବଂ ଗ୍ରାମବାସୀ  ଘଟଣା ସମ୍ପର୍କରେ ଵନଵିଭାଗକୁ ଜଣାଇଥିଲେ । ଖବର ପାଇ ତଳାପାତି ସରପଞ୍ଚ ମଞ୍ଜୁ ଜେରାଇ, ପୂର୍ବତନ ସରପଞ୍ଚ ଚନ୍ଦ୍ରମୋହନ ଜେରାଇ, ବାଦାମପାହାଡ଼ ବନାଞ୍ଚଳ ଅଧିକାରୀ ଅଜିତ୍ କୁମାର ମହାନ୍ତିଙ୍କ ସମେତ  ବନପାଳ ଆଲୋକ କୁମାର ସେଠୀ,  ରତିକାନ୍ତ ପଲେଇ, ଫୁଲମଣି ମହାନ୍ତ, ବନରକ୍ଷୀ କୁମୁଲେନ୍ଦୁ ପ୍ରସାଦ ମହାନ୍ତ, ରାଜେଶ୍ ନାଏକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିବା  ପରେ ମୃତକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ  ହସପିଟାଲକୁ ପଠାଇ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି ।   ଏହି ୬ ଟିକିଆ ହାତୀପଲ   ଶୁକ୍ରବାର ରାତିରେ ବାଦାମପାହାଡ଼ର   ଟିମ୍ ଟିମା ରେ ଆଶ୍ରୟ ନେଇଥିବା ବେଳେ ଆଜି ବାସିଲା, ଧୋକଟା, ଚାଙ୍ଗବାରିଆ ଗ୍ରାମ ନିକଟସ୍ଥ  ଛୋଟ ପାହାଡମାନଙ୍କରେ ବୁଲାବୁଲି କରୁଥିବା  ଗାଁ ଲୋକେ କହୁଛନ୍ତି l ଉକ୍ତ ଅଞ୍ଚଳରେ ହାତୀମାନଙ୍କର ଗତିବିଧି ସମ୍ପର୍କରେ ବନ କର୍ମଚାରୀମାନେ ଉପସ୍ଥିତ ରହି ତୀକ୍ଷ୍ମ ନଜର ରଖିଛନ୍ତି lବନ ବିଭାଗ ତରଫରୁ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ  ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରଵର୍ଗ ଙ୍କୁ ୫୦୦୦ ହଜାର ଟଙ୍କା ଶୁଦ୍ଧି କାମ ପାଇଁ ପ୍ରଦାନ କରାଯାଇଛି ।
Shrutilipi ad