Img 20251006 wa0147

ସଂସ୍କାର ଶିଶୁ ମହୋତ୍ସବ “ମୟୁରୀ ” ର ଦ୍ଵିତୀୟ ପ୍ରସ୍ତୁତି ବୈଠକ

ରାଜ୍ୟ
  • ଶିମିଳିପାଳ ଥିମ୍ ଉପରେ ହେବ ମାସ ପେଣ୍ଟିଂ
  • ପଥ ଉତ୍ସବରେ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ସହ ଉଦ୍ଘାଟନୀ ସମାରୋହ
  • ନଭେମ୍ବର 12 ରୁ 15 ଯାଏଁ ମହୋତ୍ସବ ରେ ସାମିଲ ହେବେ ଛାତ୍ର ଛାତ୍ରୀ
ବାରିପଦା:  ଆସନ୍ତା ନଭେମ୍ବର ମାସ 12 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ହେବାକୁ ଥିବା ସଂସ୍କାର ଶିଶୁ ମହୋତ୍ସବ ମୟୁରୀର ଦ୍ଵିତୀୟ ପ୍ରସ୍ତୁତି ବୈଠକ ବାରିପଦା ମ୍ୟୁନିସ ପାଲଟି ଗେଷ୍ଟ ହାଉସ  ଠାରେ ଅନୁଷ୍ଠିତ ହୋଇ ଯାଇଛି l ବିଶିଷ୍ଟ ଶିକ୍ଷାବିତ୍ ତଥା ଏମ ପି ସି ସ୍ଵୟଂ ଶାସିତ ମହା ବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷା ଡ.ବନଜା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଚଳିତ ବର୍ଷ ଏକାଦଶତମ ସଂସ୍କାର ଶିଶୁ ମହୋତ୍ସବ ମୟୁରୀ ରେ ଚାରି ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମର ରୂପ ରେଖ ସମ୍ପର୍କରେ ଆଲୋଚନା କରା ଯାଇ ଚିଠା ପ୍ରସ୍ତୁତ କରାଯାଇଥିଲା । ସଂସ୍କାର ଶିଶୁ ମହୋତ୍ସବ ମୟୁରୀ ର ପ୍ରତିଷ୍ଠାତା ସଞ୍ଜୟ କୁମାର ଚୌଧୁରୀ ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଚଳିତ ବର୍ଷର ଶିଶୁ ମହୋତ୍ସବର ଥିମ୍ “ଉନ୍ମେଷ” ରଖା ଯାଇଥିବା ବେଳେ ଏଥର ର ଶିଶୁ ମହୋତ୍ସବ ଅନେକ କିଛି ନୂଆ ଭେଟି ଦେବାକୁ ଯାଉଛି ବୋଲି କହିଥିଲେ ।
ଏହି ମହୋତ୍ସବ ପିଲା ମାନଙ୍କ ପାଇଁ ଯେତିକି ପ୍ରେରଣା ପ୍ରଦ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ ମଧ୍ୟ ସେତିକି ଗୁରୁତ୍ଵପୂର୍ଣ୍ଣ ହେବ ବୋଲି ପ୍ରତି ସୃତି ଦେଇ ଥିଲେ । ଚଳିତ ବର୍ଷ ବିଶିଷ୍ଟ ଚିତ୍ର ଶିଳ୍ପୀ ମାନଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ପିଲା ମାନଙ୍କ ଦ୍ଵାରା ଆମ ଶିମିଳିପାଳ ଥିମ୍ ରେ କାନଭାସ ଉପରେ ଏକ ବିଶାଳ ମାସ ପେଣ୍ଟିଂ କରାଯାଇ ପ୍ରଦର୍ଶିତ ହେବ ବୋଲି ଘୋଷଣା କରିଥିଲେ। ତେବେ ଚାରି ଦିନ ଧରି ହେବାକୁ ଥିବା  କାର୍ଯ୍ୟ କ୍ରମ କିଭଳି ଶୁରୁ ଖୁରୁରେ ତଥା ମହା ଆଡମ୍ବର ସହକାରେ ପାଳିତ ହେବ ସେ ସମ୍ପର୍କରେ ଶ୍ରୀ ଚୌଧୁରୀ ସମସ୍ତଙ୍କ ର ଆନ୍ତରିକ ସହଯୋଗ କାମନା କରିବା ସହ ମତାମତ ଲୋଡିଥିଲେ ।  ଆଲୋଚନାରେ ପରିବେଶ ବିତ୍ ବିବେକା ନନ୍ଦ ପଟ୍ଟନାୟକ ,ବିଶେଶ୍ୱର ଦ୍ବିବେଦୀ, ଡ. ସନ୍ଦୀପ ଚାନ୍ଦ,ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଦୂର୍ଗା ପ୍ରସାଦ ମିଶ୍ର, ଡ.ଗଣେଶ୍ୱର ଭୋଇ, ଫାର୍ମାସୀ ଅଫିସର ମନୋଜ କୁମାର ଦାସ, କବି ଅଜିତ ପତ୍ର, ଯୋଗ ଗୁରୁ ରାକେଶ ମହାନ୍ତ, ଇଁ ସୁନିଲ କୁମାର ପ୍ରଧାନ, ଆଡଭୋକେଟ କ୍ଷେତ୍ର ମୋହନ ପଣ୍ଡା, ଅ।ର୍କି ଟେକ୍ଟ ମନୋଜ କୁଁଅର, ପ୍ରଶାନ୍ତ କୁମାର ବେହେରା, ବିଶିଷ୍ଟ ଚିତ୍ର ଶିଳ୍ପୀ ପଦ୍ମଲୋଚନ ଗିରି ଓ କଲ୍ୟାଣ ବାରିକ ପ୍ରମୁଖ ଅଂଶ ଗ୍ରହଣ କରି ସୁଚିନ୍ତିତ ମତା ମତ ଦେଇଥିଲେ ।
ପୂର୍ବ ନିର୍ଦ୍ଧାରିତ ନିଷ୍ପତି ଅନୁଯାୟୀ ଚଳିତ ବର୍ଷ ପ୍ରଥମ ଦିନ ନଭେମ୍ବର 12 ତାରିଖ ଗୁରୁବାର ସକାଳ 7 ଟା ରେ ଶିଶୁ ଉଦ୍ୟାନ ସମ୍ମୁଖ ସହିଦ ସ୍ମୃତି ଭବନ ଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ” ପଥ ଉତ୍ସବ “ଭଳି  ନିଆରା ରଙ୍ଗା ରଙ୍ଗ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବ। ପରେ ପରେ ପୂର୍ବାହ୍ନ ସାଢେ଼ 10 ଟା ସମୟରେ ଓଡ଼ିଶା ଚିନ୍ମୟୀ ମିଶନ ର ମୁଖ୍ୟ ପୁରୋଧା ସ୍ବାମୀ ସଦାନନ୍ଦ  ସରସ୍ଵତୀ  ମହାରାଜ ଙ୍କ ଦ୍ଵାରା ଏହି ଶିଶୁ ମହୋତ୍ସବ ଉଦଘାଟିତ ହେବ । ଏହି ମହୋତ୍ସବରେ ପଞ୍ଜୀକୃତ ଛାତ୍ର ,ଛାତ୍ରୀ କେବଳ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବେନି  ବରଂ ବିଭିନ୍ନ କର୍ମଶାଳା ଓ ରଙ୍ଗାରଙ୍ଗ କାର୍ଯ୍ୟ କ୍ରମରେ ଭାଗ ନେବା ସହିତ ଉପ ଭୋଗ କରିବେ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ପିଲା ମାନେ ଶିଶୁ ଉଦ୍ୟାନରେ ଭରପୁର ମଜା ନେବା ସହିତ ସେଲ୍ଫି ଜୋନ ରେ ନିଜର ସେଲଫି ଉଠାଇ ସେଲଫି କଣ୍ଟେଷ୍ଟ ଭାଗ ନେଇ ପାରିବେ । ଏହି ଚାରି ଦିନ ମଧ୍ୟରେ ଯେଉଁ ପିଲା ମାନଙ୍କର ଜନ୍ମ ଦିନ ପଡୁଥିବ ସେମାନଙ୍କର ଜନ୍ମ ଦିନକୁ ମହୋତ୍ସବ ମଞ୍ଚରେ  ସମସ୍ତଙ୍କ ଉପସ୍ଥିତିରେ ପାଳନ କରାଯିବ। ଏହା ସହିତ ଛାତ୍ର ଛାତ୍ରୀ ମାନେ ବିଶିଷ୍ଟ ବାଲୁକା କଳା ଶିଳ୍ପୀ ଦଶରଥ ମହାନ୍ତ ଙ୍କ ବାଲୁକା କଳା କର୍ମ ଶାଳାରେ ଭାଗ ନେଇ ବାଲୁକା କଳା କୃତି ର ସୁକ୍ଷ୍ମ କାରୁକାର୍ଯ୍ୟ ର ଅନୁଧ୍ୟାନ କରିବା ସହିତ ବିଶିଷ୍ଟ ଶିଳ୍ପୀ ସମରେନ୍ଦ୍ର ବେହେରା ଙ୍କ ଦ୍ଵାରା ଗଛ ଦେହରେ ଖୋଦେଇ ଚିତ୍ର ଓ ପତ୍ର ଉପରେ ବିଭିନ୍ନ କଳା କୃତି ଅଙ୍କନ ର କଳା ହାସଲ କରି ପାରିବେ । ଏହି ଅବସରରେ 14 ତାରିଖ ପୂର୍ବାହ୍ନରେ ବିଶିଷ୍ଟ ସମାଜ ସଂସ୍କାରକ ତଥା ପଦ୍ମ ଶ୍ରୀ ବାବା ବଳିଆଙ୍କ ପରମ ଶିଷ୍ୟ ସେବକ ଗୋପାଳ ଦାସ ଙ୍କ ଶ୍ରୀ ମୁଖରୁ ପିଲାଙ୍କୁ କିପରି ମଣିଷ କରି ଗଢି ତୋଳିବେ ସେ ସମ୍ପର୍କରେ ବିଶେଷ ପ୍ରବଚନ କାର୍ଯ୍ୟକ୍ରମ ରହିଛି । ଏଥର ଚାରି ଦିନ ଧରି ପ୍ରତି ଦିନ ସନ୍ଧ୍ୟାରେ ବିଭିନ୍ନ ବିଦ୍ୟାଳୟର ପିଲା ମାନଙ୍କ ଦ୍ଵାରା ନାଟକ ପରିବେଷଣ ହେବ ବୋଲି ସ୍ଥିରି କୃତ ହୋଇଥିବା ବେଳେ ପିଲାଙ୍କ ମନୋରଞ୍ଜନ ପାଇଁ ମ୍ୟାଜିକ ସୋ ଓ ଆହୁରି ଅନେକ କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ଦିଆ ଯାଇଛି। ଏହା ବ୍ୟତୀତ ଅଭିଭାବକ ମାନଙ୍କ ପାଇଁ ମଧ୍ୟ କେତେକ ପ୍ରତି ଯୋଗିତା ରହିଥିବା ନେଇ ସୂଚନା ମଧ୍ୟ ଦିଆ ଯାଇଛି । ଏହି ଅବସରରେ ଛେନା ପୋଡ଼ କାଟି ପରସ୍ପରକୁ ସମସ୍ତେ ଖୁଆଇ ଖୁସି ମନାଇ ଥିଲେ । ଶେଷରେ ଅଙ୍କୁର ଖୁରାନା ଧନ୍ୟବାଦ ଅର୍ପଣ କରିଥିଲେ l
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ ସଚିଦା ନନ୍ଦ ଆଚାର୍ଯ୍ୟ, ଗାୟକ ସୁଜିତ୍ ନାଥ,ଅଭିନେତା କୁନ୍ଦନ ଲାଲ ଭଞ୍ଜ ଦେଓ,ସମାଜ ସେବୀ ଚନ୍ଦନ ସେଜ ପଡା, କିଚକ ବେହେରା, ସାଇ ପ୍ରକାଶ ମହାନ୍ତି, ଅଭିଷେକ ଯାଦବ, ଅମିତାଭ ପଟ୍ଟନାୟକ, ମନୋଜ କୁମାର ମହାନ୍ତ, ଡ. ନିରୋଜ ପୋଥାଳ , ଜଗନ୍ନାଥ ପୃଷ୍ଟି , କମଳ ଲୋଚନ ମହାକୁଡ, ପ୍ରଦୀପ କର, ଅଜିତ କୁମାର ଭୋକ୍ତା, କୃଷ୍ଣ ଚନ୍ଦ୍ର ଦାସ, ଇତିଶ୍ରୀ ସାହୁ, ସନ୍ଧ୍ୟାରାଣୀ ଦାସ, ରଜନୀ ବାରିକ, ଡ. ଅଳକା ମଞ୍ଜରୀ ଭୂୟାଁ ରେଣୁବାଳା ରଥ, କାନନ ମୟୀ ମହାନ୍ତି, ବୈଜୟନ୍ତୀ ମାଳା ପାଲ, ଆରତୀ ପଟ୍ଟନାୟକ, ପ୍ରଣତି ପଟ୍ଟନାୟକ, ହିମାଦ୍ରୀ ତନୟା ଚୌଧୁରୀ, ସ୍ମୃତି ମାଇତି, ଦର୍ଶନା ଭଞ୍ଜ ଦେଓ, ପ୍ରାଚିତା ମହନ୍ତ, ରଶ୍ମି ମହାପାତ୍ର, ଚିନ୍ମୟୀ ଷଡ଼ଙ୍ଗୀ , ହିମାଂଶୁ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ l
Shrutilipi ad