ବାରିପଦା: ପ୍ରତ୍ୟେକ ଶିଶୁ ଭିତରେ ଯେଉଁ ଅମାପ ଶକ୍ତି ଓ ସାର୍ମଥ୍ୟ ଲୁକ୍କାୟିତ ହୋଇ ରହିଛି ତାକୁ ବିକଶିତ କରିବାର ସହିତ ଆମ ସଂସ୍କୃତି ଓ ସଂସ୍କାର ବିଷୟରେ ଅବଗତ କରାଇବା ପାଇଁ ୧୬ବର୍ଷ ଧରି ବାରିପଦା ଚିନ୍ମୟ ମିଶନ ପ୍ରୟାସ କରି ଉତ୍ତମ ମାର୍ଗ ଦର୍ଶକ ହୋଇ ଆସୁଅଛି l
ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସ୍ଥାନୀୟ ମଧୁବନ ସ୍ଥିତ ଚିନ୍ମୟ ଗୁରୁପାଦ ଆଶ୍ରମ ରେ ଚିନ୍ମୟ ମିଶନ ବାରିପଦା ଆନୁକୂଲ୍ୟରେ ଅକ୍ଟୋବର ୩ ତାରିଖ ରୁ ୫ତାରିଖ ପ୍ରଯ୍ୟନ୍ତ ଷଷ୍ଠ ରୁ ଦଶମ ଶ୍ରେଣୀ ପଢୁଥିବା ପିଲାମାନଙ୍କ ପାଇଁ ବ୍ୟକ୍ତିତ୍ୱ ବିକାଶ ଶିବିର- ‘ଜାଗୃତି ‘କୁ ମୁଖ୍ୟ ଅଥିତି ପୂର୍ବତନ ରାଜ୍ୟସଭା ସାଂସଦ ବୀରଭଦ୍ର ସିଂ, ପୂର୍ବତନ ରାଜ୍ୟସଭା ସାଂସଦ , ସଂମ୍ମାନୀୟ ଅଥିତି ରଙ୍ଗାମାଟିଆ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶରତ ବେହେରା, ଅବସପ୍ରାପ୍ତ ନର୍ସିଂ ନିର୍ଦ୍ଦେଶକ ଡ଼ା ପ୍ରାଣକୃଷ୍ଣ ବେହେରା ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l
ସଭାପତି ବିଜୟ ଲେଙ୍କାଙ୍କ ସଭାପତିତ୍ୱ ଅନୁଷ୍ଠିତ ଉଦଘାଟନ ସଭାରେ ଚିନ୍ମୟ ମିଶନ ବାରିପଦାର ଆଚାର୍ଯ୍ୟ ଗୋବିନ୍ଦାନନ୍ଦ ସରସ୍ବତୀ ସ୍ୱାଗତ ଭାଷଣ ଦେଇଥିଲେ l ରାଉଲକେଲା ଚିନ୍ମୟ ମିଶନ ର ଆଚାର୍ଯ୍ୟ ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟ , ଯୋଗ ଗୁରୁ ରାକେଶ ମହାନ୍ତ, ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ l ଓ ଆର ଡି ସଂସ୍ଥା ଚେୟାରମେନ ସାଇ ପ୍ରକାଶ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ l ବରିଷ୍ଠ ଆଇନଜୀବି ସତ୍ୟପ୍ରକାଶ ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରୁଥିଲେ l ସମ୍ପାଦକ ଅଜିତ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ l
ଅନ୍ୟ ମାନଙ୍କମଧ୍ୟରୁ ବିବେକାନନ୍ଦ କେନ୍ଦ୍ର ର ନଗର ପ୍ରମୁଖ ଶିବଶଙ୍କର ଗିରି, ଅଧ୍ୟାପକ ଫକିର ସାହୁ, ଶିକ୍ଷାବିତ୍ କବିତା ଦାସ, କମଳିନୀ ଷଡ଼ଙ୍ଗୀ, ଲଷ୍ମୀ ପାଣି, ସୁରାତିବାଳା ଦାଶ, ଇନ୍ଦିରା ଜେନା, ଗୀତା ଘୋଷ, ପ୍ରମୁଖ ଉପସ୍ଥିତ ଥିଲେ l
ସବ୍ୟସାଚୀ ପଲେଇ, ହିମାଂଶୁ ଶେଖର ପାଣି, ଦେବୀ ଦର୍ଶନୀ ବେହେରା, ନନ୍ଦିନୀ ବେହେରା, ଶିବାଙ୍ଗୀ ଖଣ୍ଡେଲେୱାଲ, ରିତିକା ଖଣ୍ଡେଲୱାଲ, ବିବେକାନନ୍ଦ ଦାଶ, ପରିଚାଳନା କରିଥିଲେ l ଏବର୍ଷର ଆଲୋଚନା ର ବିଷୟ କୃତଜ୍ଞତା l ଉକ୍ତ ଶିବିର ରେ ଗୀତା ଆବୃତ୍ତି, ଡ୍ରଇଂ, , ବତୃକ୍ତା, ସଂଘ ଆଲୋଚନା, ଡ୍ରାମା, ଗୀତ, ନାଚ ,ସଧାରଣ ଜ୍ଞାନ, ବୌଦ୍ଧିକ ଖେଳ, ରଚନା ଲିଖନ ପ୍ରତିଯୋଗୀତା ସହିତ ମତୃପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l

