Cuttack durga puja

ଦୁର୍ଗା ପୂଜା ସମୟରେ  ସହରରେ ଯାନବାହାନ ଚଳାଚଳ ନିୟନ୍ତ୍ରଣ ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା

ରାଜ୍ୟ
ବାରିପଦା: ପବିତ୍ର ଦୁର୍ଗା ପୂଜା ସମୟରେ ସହରରେ ଅଧିକ ଜନସମାଗମ ହେବା ଓ ଅଧିକ ଯାନବାହନ ଚଳାଚଳ ହେବାର ସମ୍ଭାବନା ରହୁଥିବାରୁ ହେତୁ ଆକସ୍ମିକ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏଥି ସହିତ ଗହଳି ଓ ଅଧିକ ଯାନବାହନ ଚଳାଚଳ ପାଇଁ ରାସ୍ତା ଜାମ ହେବାର ସମ୍ଭାବନା ଥିବାରୁ, ଏଥିପାଇଁ ଆପତ୍ତ କାଳୀନ ସେବା ଯୋଗାଇବାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେବାର ସମ୍ଭାବନା ରହୁଛି। ଏହିସବୁ ସମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଭକ୍ତ, ଶ୍ରଦ୍ଧାଳୁ, ଦର୍ଶନାର୍ଥୀ ମାନେ ଦେବୀଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ପାଇଁ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ସହଜରେ ପୂଜା ମଣ୍ଡପ ଗୁଡିକ ନିକଟକୁ  ପହଂଚି ପାରିବେ ତଥା ସହରର ପାଦଚାରି ଜନସାଧାରଣ ଯେମିତି ଶାନ୍ତି ଶୃଙ୍ଖଳାର ସହିତ ଗମନାଗମନ କରିପାରିବେ ସର୍ବପରି ସାର୍ବଜନୀନ ସୁରକ୍ଷା ଓ ପର୍ବର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ସହରରେ ଗାଡି ମୋଟର ଯାନବାହନର ସୁଗମ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଇଛି। ତଦନୁସାରେ  ଦୈନନ୍ଦିନ ଚଳାଚଳ କରୁଥିବା ବସ, ଟ୍ରକ ଓ ଅନ୍ୟାନ୍ୟ ଯାନ ଗୁଡିକ ଦୁର୍ଗା ପୂଜା ସମୟରେ ତା ୨୮-୦୯-୨୦୨୫ ରିଖ ଠାରୁ ତା ୦୨-୧୦-୨୦୨୫ ରିଖ ପର୍ଯ୍ୟନ୍ତ ଭାୟା ବାଘରା ରୋଡ଼, ଦାରୋଗାଡାହି ଛକ,  ଓ ବାଲେଶ୍ୱର ଗୋଲେଇ ରାସ୍ତା  ଦେଇ ଗନ୍ତବ୍ୟ ସ୍ଥଳକୁ ଚଳାଚଳ କରିବେ।
Shrutilipi ad