Img 20250925 wa0180

କୁଳିଅଣା ବ୍ଲକ ଅଧିନସ୍ଥ କୁଚେଇ ଜିପିର ଅଙ୍ଗାରଗଡିଆ ଗ୍ରାମରେ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା ଅନୁଷ୍ଠିତ

ରାଜ୍ୟ
  •  ବାରିପଦା ବ୍ଲକର ବଡ଼ଯୋଡ ଗ୍ରାମରେ ଗ୍ରାମସ୍ତରୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ ଓ ଆଦି ସେବା କେନ୍ଦ୍ରର ଉଦଘାଟନ
ବାରିପଦା : ଆଜି କୁଳିଅଣା ବ୍ଲକ ଅଧିନସ୍ଥ କୁଚେଇ ଜି ପି ର ଅଙ୍ଗାରଗଡିଆ ଗ୍ରାମରେ ଆଦି କର୍ମଯୋଗୀ ଅଭିଯାନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଯୋଗ ଦେଇ ଗ୍ରାମବାସୀଙ୍କ ସାହିତ ବାର୍ତ୍ତାଳାପ ମାଧ୍ୟମରେ ସେମାନଙ୍କ ଅସୁବିଧା ତଥା ଆବଶ୍ୟକତା ବିଷୟରେ ପଚାରି ବୁଝିବା ସହିତ ଏହି ଅଭିଯାନ ଦ୍ୱାରା ସେମାନଙ୍କର ଆବଶ୍ୟକତା କିପରି ଭାବେ ପୂରଣ ହୋଇପାରିବ ସେ ବିଷୟରେ ବୁଝାଇଥିଲେ ଏଥି ସହିତ ସମସ୍ତ ଗ୍ରାମବାସୀ ମାନେ ଏଥିରେ ଅଂଶ ଗ୍ରହଣ କରିବା ସହିତ ମିଳିତ ଭାବେ ସହଯୋଗ କରି ଗ୍ରାମ୍ୟ ସ୍ତରୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ।
ସେହିପରି ବାରିପଦା ବ୍ଲକ ବଡ଼ଯୋଡ଼ ଗ୍ରାମରେ ଗ୍ରାମ୍ୟ ସ୍ତରୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ ଓ ଆଦି ସେବା କେନ୍ଦ୍ର ସରପଞ୍ଚଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇଯାଇଛି।
ଏହି ଅବସରରେ ସରପଞ୍ଚ କହିଥିଲେ ଆଦିବାସୀ ଅଂଚଳରେଶେଷ ସୀମା ପର୍ଯ୍ୟନ୍ତ ସରକାରୀ ଯୋଜନା ତଥା ସେବା ପ୍ରଦାନକୁ ସୁଦୃଢ କରିବା ଏବଂ ଉତ୍ତରଦାୟୀ ଶାସନ ସ୍ଥାପନ କରିବା ନିମନ୍ତେ ସମସ୍ତଙ୍କ ସହଭାଗୀତାରେ ଆଦି କର୍ମଯୋଗୀ ଅଭିଯାନକୁ ସଫଳ କରିବା ପାଇଁ ଗ୍ରାମବାସୀ ମାନେ ଚେଷ୍ଟିତ ହେବା ଉଚିତ ଏବଂ ଗ୍ରାମ୍ୟ ସ୍ତରୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ ପାଇଁ ଗ୍ରାମର ସମସ୍ତ ମହିଳା, ଯୁବପିଢ଼ି, ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟ ମିଳିତ ଭାବେ ଏଥିରେ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।
Shrutilipi ad